ତିନିମାସକୁ ବିଦ୍ୟୁତ ବିଲ୍‌ ୫୭ ଲକ୍ଷ ଟଙ୍କା

ଧୌଲାନା: ଘରେ ଜଳୁଛି ଗୋଟିଏ ବଲ୍‌ବ, ବୁଲୁଛି ଗୋଟିଏ ଫ୍ୟାନ, କିନ୍ତୁ ବିଦ୍ୟୁତ ବିଲ୍‌ ୫୭ ଲକ୍ଷ ଟଙ୍କାରୁ ବେଶି ଆସିଛି। ତିନିମାସକୁ ଏହି ଦେୟ ଧାର୍ଯ୍ୟ କରାଯାଇଛି। ଏଭଳି ଘଟଣା ସାମ୍‌ନାକୁ ଆସିଛି ଉତ୍ତରପ୍ରଦେଶର ଧୌଲନା ଅଞ୍ଚଳର ବଝାଦେ କଲାଂ ଗାଁରେ। ଏହି ଗାଁର ବାସିନ୍ଦା ରହିସପୁତ୍ର ହନିଫଙ୍କର ବିପିଏଲ୍‌ ତାଲିକାରେ ନାମ ରହିଛି। ସେ ବି ଜଣେ ଦିନମଜୁରିଆ। ବିପିଏଲ୍‌ ଯୋଗୁ ତାଙ୍କ ଘରକୁ ବିଦ୍ୟୁତ ସଂଯୋଗ କରାଯାଇଥିଲା। ମେ ମାସରେ ସେ ୨୧୬୭ ଟଙ୍କା ବିଲ୍‌ ବାବଦରେ ପୈଠ କରିଥିଲେ। କିନ୍ତୁ ଏଥର ତିନି ମାସର ଏକାଥରକେ ବିଲ୍‌ ଆସିଛି ୫୭ ଲକ୍ଷ ୭୭ ହଜାର ୫୪ ଟଙ୍କା। ଏହା ଦେଖିବା ପରେ ଗ୍ରାହକ ଜଣଙ୍କ ଶକ୍ତି ନିଗମ କାର୍ଯ୍ୟାଳୟରେ ପହଞ୍ଚତ୍ତ୍ବା ପରେ ଏହାକୁ ଅଧିକାରୀମାନେ ଚପାଇଦେବାକୁ ଉଦ୍ୟମ କରିଥିଲେ। କିନ୍ତୁ ବିଭାଗୀୟ ମୁଖ୍ୟ ଏହା ଉପରେ ତଦନ୍ତ କରି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଭଳି ଘଟଣା ଉତ୍ତରପ୍ରଦେଶରେ ପ୍ରଥମ ନୁହେଁ। ଏହାପୂର୍ବରୁ ବି ହାପୁଡ୍‌ର ଏକ ଗାଁ ଚମରିରେ ମଧ୍ୟ କିଛି ମାସ ପୂର୍ବରୁ ୧୨୮ କୋଟି ଟଙ୍କାର ବିଲ୍‌ ଆସିଥିଲା। ଏହି ବିଲ୍‌ ନ ଦେଇପାରିବାରୁ ଗ୍ରାହକଙ୍କ ବିଦ୍ୟୁତ ସଂଯୋଗ କାଟି ଦିଆଯାଇଥିଲା। ଏମିତି ହେଲା ଯେ, ଘଟଣାଟି ପହଞ୍ଚତ୍ଲା ମନ୍ତ୍ରୀଙ୍କ ପାଖରେ। ଏହାପରେ ଗ୍ରାହକଙ୍କ ବିଦ୍ୟୁତ ସଂଯୋଗ କରାଯିବା ସହ ବିଲ୍‌କୁ ସଂଶୋଧନ କରାଯାଇଥିଲା।

Share