ତିନି ତଲାକ୍‌ ଦେଲେ ମାଲେସିଆ ପୂର୍ବତନ ରାଜା

କୁଆଲାଲମ୍ପୁର,୨୫ା୭(ପି.ଟି.): ମାଲେସିଆର ପୂର୍ବତନ ରାଜା ସୁଲତାନ୍‌ ମହମ୍ମଦ ପଞ୍ଚମ କିଛିମାସ ତଳେ ବିବାହ କରିଥିବା ରୁଷୀୟ ସୁନ୍ଦରୀ ତଥା ପୂର୍ବତନ ରାଣୀ ରିହାନା ଓଜାନା ଗୋର୍ବାତେଙ୍କୋଙ୍କୁ ତିନି ତଲାକ୍‌ ଦେଇଥିବା ଜଣାପଡ଼ିଛି। ତାଙ୍କର ଏଭଳି ନିଷ୍ପତ୍ତି ମୁସଲମାନବହୁଳ ଦେଶଗୁଡ଼ିକର ରାଜତନ୍ତ୍ର ଇତିହାସରେ ପ୍ରଥମ ବୋଲି କୁହାଯାଉଛି। ଗତ ଜୁନ୍‌ ୨୨ ତାରିଖରେ ସେ ରିହାନାଙ୍କୁ ତିନି ତଲାକ୍‌ ଦେଇଥିବା ଓକିଲ କେ. ଟି. ହୁଆ ପ୍ରକାଶ କରିଛନ୍ତି। ଉତ୍ତର-ପୂର୍ବ ମାଲେସିଆର କେଲାଣ୍ଟାନ୍‌ରେ ଏକ ଇସ୍‌ଲାମିକ୍‌ କୋର୍ଟ ଏନେଇ ଏକ ଡିଭୋର୍ସ ସାର୍ଟିଫିକେଟ ଜାରି କରିଥିବା ଓକିଲ କହିଛନ୍ତି। କିନ୍ତୁ ଏଭଳି ତଥ୍ୟକୁ ରିହାନା ଖଣ୍ଡନ କରିଛନ୍ତି।

Share