Advertisement
Categories: ଜାତୀୟ

ତିନି ତଲାକ୍‌ ନେଇ ଏନ୍‌ଡିଏ ମେଣ୍ଟରେ ଫାଟ: ଜେଡିୟୁ କରିବ ବିରୋଧ

ନୂଆଦିଲ୍ଲୀ,୨୫।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ପକ୍ଷରୁ ଲୋକ ସଭାରେ ଗୁରୁବାର ତିନି ତଲାକ୍‌ ବିଲ୍‌ ପୁଣି ଥରେ ଆଗତ କରାଯିବାର ଯୋଜନା କରାଯାଇଛି। ତେବେ ଏହାକୁ ନେଇ ଭାଜପା ନେତୃତ୍ୱାଧୀନ ଏନ୍‌ଡିଏ ମେଣ୍ଟରେ ଫାଟ ସୃଷ୍ଟି ହୋଇଛି। ଏହାକୁ ନୀତୀଶ କୁମାରଙ୍କ ଜେଡିୟୁ ବିରୋଧ କରିବ ବୋଲି ପୂର୍ବରୁ କହିସାରିଛି। ଏହି ବିଲ୍‌ ପାସ୍‌ ହେଲେ ତିନି ତଲାକ୍‌ ଅପରାଧ ଭାବେ ପରିଗଣିତ ହେବ। ଯାହାଦ୍ୱାରା ପୀଡ଼ିତ ମହିଳାଙ୍କ ଅବସ୍ଥା ଅଧିକ ଶୋଚନୀୟ ହେବ ବୋଲି ଜେଡିୟୁ କହିଛି। ତେବେ ବିଭିନ୍ନ ରାଜନୈତିକ ଦଳ ଆଲୋଚନା କରାଯିବା ସହିତ ଏନେଇ ସାଧାରଣ ଲୋକଙ୍କ ମତାମତ ନେବାର ଆବଶ୍ୟକତା ଉପରେ ଜେଡିୟୁ ଜୋର୍‌ ଦେଉଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share