Categories: ଜାତୀୟ

ତିନି ତଲାକ୍‌ ବିଲ୍‌କୁ ମଞ୍ଜୁରୀ ଦେଲେ ରାଷ୍ଟ୍ରପତି: ୨୦୧୮ ସେପ୍ଟେମ୍ବର ୧୯ରୁ ଲାଗୁ

ନୂଆଦିଲ୍ଲୀ,୧।୮: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଗୁରୁବାର ତିନି ତଲାକ୍‌ ବିଲ୍‌କୁ ମଞ୍ଜୁରୀ ଦେଇଛନ୍ତି। ଫଳରେ ଏବେ ଏହା ଆଇନରେ ପରିଣତ ହୋଇଛି। ଏହା ୨୦୧୮ ସେପ୍ଟେମ୍ବର ୧୯ରୁ ଲାଗୁ ହେବ। ମଙ୍ଗଳବାର ତିନି ତଲାକ୍‌ ବିଲ୍‌ ରାଜ୍ୟ ସଭାରେ ପାସ୍‌ ହେବା ପରେ ଏହାକୁ ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇଁ ପଠାଯାଇଥିଲା। ଏହା ଉପରେ କୋବିନ୍ଦ ଗୋଟିଏ ଦିନ ବିଚାର ବିମର୍ଷ କରିବା ପରେ ମଞ୍ଜୁରୀ ଦେଇଛନ୍ତି।

Share