ନୂଆଦିଲ୍ଲୀ, ୩୧।୭: ବହୁ ଚର୍ଚ୍ଚିତ ଟ୍ରିପଲ ତଲାକ ବିଲ ବା ମହିଳା ସୁରକ୍ଷା (ବିବାହ ଅଧିକାର ଆଇନ) ୨୦୧୯ ଶେଷରେ ରାଜ୍ୟସଭାରେ ପାରିତ ହୋଇଯାଇଛି। ତତ୍କାଳ ଟ୍ରିପଲ ତଲାକକୁ ଦଣ୍ଡନୀୟ ଅପରାଧ ଭାବେ ବିବେଚନା କରିବାର ବ୍ୟବସ୍ଥା ଥିବା ଏହି ବିଲ ଦୀର୍ଘ ଆଲୋଚନା ଏବଂ କଳ୍ପନାଜଳ୍ପନା ପରେ ୯୯-୮୪ ଭୋଟରେ ପାରିତ ହୋଇଛି। ତେବେ ଏହି ବିଲ୍କୁ ବିରୋଧ କରି ସୁପ୍ରିମକୋର୍ଟ ଯିବ ମୁସଲିମ୍ ପର୍ସନାଲ୍ ଲ’ ବୋର୍ଡ। ଖୁବଶୀଘ୍ର ଅଲ ଇଣ୍ଡିଆ ମୁସଲିମ୍ ପର୍ସନାଲ ଲ’ ବୋର୍ଡ ଏକ ବୈଠକ ଡକାଇ ବିଲ୍ରେ ଥିବା ନିୟମକୁ ବିଷୟରେ ଅଧିକ ଅଧ୍ୟୟନ କରାଯାଇ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯିବ ବୋଲି ଅଲ ଇଣ୍ଡିଆ ମୁସଲିମ୍ ପର୍ସନାଲ ଲ’ ବୋର୍ଡ ସଦସ୍ୟ ଜଫରୟାବ୍ ଜିଲାନୀ ପ୍ରକାଶ କରିଛନ୍ତି।