Categories: ଜାତୀୟ

ତିନି ଦଳର ବୈଠକ ଡକାଇଲେ ଉଦ୍ଧବ ଠାକରେ

ମୁମ୍ବାଇ,୨୭।୫:କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ମନ୍ତବ୍ୟ ପରେ ମହାରାଷ୍ଟ୍ର ରାଜନୀତିରେ ପୁଣି ଟ୍ବିଷ୍ଟ ଆସିଛି। ବୁଧବାର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ନିଜ ବାସଭବନରେ ସମସ୍ତ ସହଯୋଗୀ ଦଳକୁ ନେଇ ଏକ ବୈଠକ ଡକାଇଛନ୍ତି। ସୂଚନାଯୋଗ୍ୟ, ଗୋଟିଏ ଦିନ ପୂର୍ବରୁ ରାହୁଲ ଗାନ୍ଧୀ କହିଥିଲେ, କଂଗ୍ରେସ କେବଳ ମହାରାଷ୍ଟ୍ର ସରକାରଙ୍କୁ ସମର୍ଥନ କରୁଛି ଏବଂ ନିଷ୍ପତ୍ତି ନେବାରେ ତାଙ୍କ ଦଳର କୌଣସି ଭୂମିକା ରହୁ ନାହିଁ। ସରକାର ଚଳାଇବାରେ ନିଷ୍ପତ୍ତି ନେବା ଏବଂ ସରକାରଙ୍କୁ ସମର୍ଥନ କରିବା ଭିତରେ ବହୁ ଫରକ ରହିଛି ବୋଲି ରାହୁଲ ଗଣମାଧ୍ୟମକୁ କହିଥିଲେ। ମହାରାଷ୍ଟ୍ରରେ ଶିବସେନା, ଏନସିିପି ଏବଂ କଂଗ୍ରେସକୁ ନେଇ ମହା ବିକାଶ ଅଘାଡ଼ି(ଏମ୍ଭିଏ) ମେଣ୍ଟ କରାଯାଇଛି। ଏହି ୩ ଦଳର ସଦସ୍ୟମାନେ ବୈଠକରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

Share