Categories: ଜାତୀୟ

ତିନି ଦିନ ପରେ ଖୋଲିବ ମନ୍ଦିର

ଲକ୍ଷ୍ନୌ,୫।୬: ଏବେ ଲକ୍‌ଡାଉନ ନିୟମରେ କୋହଳ କରାଯାଇଥିବା ବେଳେ ଉତ୍ତରପ୍ରଦେଶରେ ଜୁନ୍‌ ୮ରେ ସମସ୍ତ ମନ୍ଦିର ପୁଣିଥରେ ଭକ୍ତଙ୍କ ଦର୍ଶନ ନିମନ୍ତେ ଖୋଲାଯିବ। ଉତ୍ତରପ୍ରଦେଶରେ ଧାର୍ମିକ ଅନୁଷ୍ଠାନ, ହୋଟେଲ, ରେସ୍ତୋରାଁ, ଶପିଙ୍ଗ ମଲ, ହସ୍ପିଟାଲିଟି ସର୍ଭିସ ଆଦି ଜୁନ୍‌ ୮ରୁ ଖୋଲିବ ବୋଲି ସରକାର ପୂର୍ବରୁ ସୂଚନା ଦେଇଥିଲେ। କରୋନା ସଂକ୍ରମଣ ଯୋଗୁ ମାର୍ଚ୍ଚ ମାସରୁ ବନ୍ଦ ରହିଥିବା ମନ୍ଦିର ଖୋଲିବା ପରେ ଏଥିପାଇଁ ଜାରି କରାଯାଇଥିବା ଗାଇଡ୍‌ ଲାଇନକୁ ମାନିବାକୁ ପଡିବ। ମୋରାଦାବାଦର ଚାମୁଣ୍ଡା ମନ୍ଦିରର ପୂଜକ ପଓ୍ବନ ଶର୍ମା କହିଛନ୍ତି ମନ୍ଦିର ଖୋଳିବା ପରେ ଭକ୍ତମାନେ ଭଗବାନଙ୍କ ମୂର୍ତ୍ତିକୁ ସ୍ପର୍ଶ କରିପାରିବେ ନାହିଁ। ମନ୍ଦିର ପକ୍ଷରୁ ପ୍ରସାଦ ଦିଆଯିବ ନାହିଁ। ଏମିତି ନିୟମ ପ୍ରାୟ ସମସ୍ତ ମନ୍ଦିରରେ ପାଳନ କରାଯିବା ସହ ମନ୍ଦିରର ଘଣ୍ଟି ବଜାଇବାରେ ମଧ୍ୟ କଟାକଣା ଲାଗିବ ବୋଲି ଜଣାପଡିଛି। ସୂଚନାଯୋଗ୍ୟ, କରୋନା ମହାମାରୀ ପାଇଁ ବନ୍ଦ ଥିବା ମନ୍ଦିରକୁ ଏବେ ଖୋଲା ଯାଉଥିବା ବେଳେ ଭକ୍ତମାନେ ପରସ୍ପର ମଧ୍ୟରେ ସାମାଜିକ ଦୂରତା ବଜାୟ ରଖିବା ଜରୁରୀ ବୋଲି କୁହାଯାଇଛି। ଦେଶର ଅଧିକାଂଶ ଭାଗରେ ଜୁନ୍‌ ୮ରୁ ମନ୍ଦିର ଖୋଲିବା ଲାଗି ଅନୁମତି ପ୍ରଦାନ କରାଯାଇଛି।

Share