ତିନି ଭାଇଙ୍କୁ ବାସନ୍ଦ ଘଟଣା, ତୁଟିଲା ବିବାଦ

ପାତ୍ରପୁର,୧୮ା୯(ଡ଼ିଏନଏ): ଜରଡ଼ା ଥାନା ପାତ୍ରପୁର ବ୍ଲକ ଡୁଙ୍ଗୁରୁଗୁଡା ଗ୍ରାମରେ ସାମାନ୍ୟ କଥାକୁ ନେଇ ଗ୍ରାମରୁ ତିନି ଭାଇଙ୍କୁ ବାସନ୍ଦ କରାଯାଇଥିବାବେଳେ ସେମାନଙ୍କ ପିଲା ମାନଙ୍କୁ ଗ୍ରାମ ବିଦ୍ୟାଳୟରେ ଏକୁଟିଆ କରାଯାଇଥିବା ନେଇ ବାସନ୍ଦ ପରିବାର ମଙ୍ଗଳବାର ବିଇଓଙ୍କ ସହିତ ଆଲୋଚନା କରଥିଲେ। ବୁଧବାର ପାତ୍ରପୁର ବିଇଓ କୋରେଶୁ ସେଠୀ, ଏବିଇଓ ସୀମାଞ୍ଚଳ ପାଇକ, ବିଆରସିସି ସୁଶିଲ ପାତ୍ରଙ୍କ ସହ ପ୍ରଧାନ ଶିକ୍ଷକ, ଶିକ୍ଷା କମିଟି, ବାସନ୍ଦ ପରିବାର ଓ କିଛି ବୁଦ୍ଧିଜୀବୀ ଆଲୋଚନା କରିଥିଲେ। ବିଦ୍ୟାଳୟରେ ହୋଇଥିବା ସମସ୍ୟାର ସମାଧାନ ଫଳପ୍ରଦ ହୋଇଥିଲା। ଗଁାରେ ହୋଇଥିବା ବିବାଦ ତୁଟାଇବାକୁ ବୁଧବାର ରାତିରେ ଜରଡ଼ା ଥାନା ଆଇଆଇସି ମୃତ୍ୟୁଞ୍ଜୟ ସ୍ବାଇଁ ଗଁାରେ ପହଞ୍ଚତ୍ଥିଲେ। ଉଭୟ ପକ୍ଷଙ୍କ ସହ ଆଲୋଚନା ପରେ ସମାଧାନ ହୋଇଥିଲା। ପ୍ରକାଶ ଥାଉକି, ଗ୍ରାମରେ ଥିବା ବିଦ୍ୟାଳୟରେ କାୈଣସି କଥାକୁ ନେଇ ବାସନ୍ଦ ପରିବାରର ଜଣେ ୪ର୍ଥ ଶ୍ରେଣୀ ଛାତ୍ରର ବାପା ଓ ଦାଦାଙ୍କୁ ଗ୍ରାମବାସୀ ବାସନ୍ଦ କରିଥିଲେ।