ତିନି ରଥ ଉପରେ ଚାଲିଛି ଅଧରପଣା ନୀତି: ଲକ୍ଷ ଲକ୍ଷ ଭକ୍ତଙ୍କ ଭିଡ଼

ପୁରୀ ଅଫିସ୍‌, ୧୪।୭: ରଥ ଉପରେ ଶ୍ରୀଜିଉଙ୍କ ଅଧରପଣା ନୀତି ରବିବାର ଅନୁଷ୍ଠିତ ହୋଇଯାଇଛି। ଅଧରପଣା ନୀତି ଦେଖିବାକୁ ପୁରୀରେ ଲକ୍ଷ ଲକ୍ଷ ଭକ୍ତଙ୍କ ଭିଡ ପରିଲକ୍ଷିତ ହୋଇଛି। ସର, କଦଳୀ, ଛେନା, ଗୋଲମରିଚ, ଗୁଣ୍ଡ କର୍ପୁର, ଜାଇଫଳ ଆଦିରେ ପଣା ପ୍ରସ୍ତୁତ କରାଯାଇ ତିନି ରଥରେ ଶ୍ରୀଜୀଉଙ୍କ ଅଧର ଉଚ୍ଚର ତିନୋଟି ଲେଖାଏଁ ମାଟି ପାତ୍ରରେ ରଖାଯିବ। ପୂଜାର୍ଚ୍ଚନା ପରେ ମାଟି ପାତ୍ର ଗୁଡିକୁ ଭାଙ୍ଗି ଦିଆଯିବ। ପଣା ହାଣ୍ଡି ଭାଙ୍ଗିଲେ ପଣା ସବୁ ରଥତଳକୁ ବୋହିଯାଏ। ତାହାକୁ ଅନ୍ୟ ପାର୍ଶ୍ୱଦେବାଦେବୀ, ଭୂତପ୍ରେତ, କିନ୍ନର ଓ ରାକ୍ଷସମାନେ ପାଇଥାନ୍ତି ବୋଲି କୁହାଯାଏ। ଅଧରପଣା ନୀତି ଶୃଙ୍ଖଳିତ କରିବା ପାଇଁ ଏକ କମିଟି ଗଠନ କରାଯାଇଛି। ସୁଆର ମହାସୁଆର ନିଯୋଗ ଓ ଦଇତାପତି ନିଯୋଗକୁ ନେଇ ଏହି କମିଟି ଗଠିତ ହୋଇଛି। ସୋମବାର ନୀଳାଦ୍ରି ବିଜେ କରିବେ ମହାପ୍ରଭୁ।

Share