Categories: ଖେଳ

ତିନୋଟି ଯାକ ଫର୍ମାଟରେ ବିଶ୍ୱର ଏକ ନମ୍ବର ଟିମ୍‌ ହେଲା ଭାରତ

ନୂଆଦିଲ୍ଲୀ,୧୯।୨: ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଭାରତୀୟ କ୍ରିକେଟ ଟିମ୍‌ ଏଠାରେ ଖେଳାଯାଇଥିବା ବର୍ଡର-ଗାଭାସ୍କର ଟ୍ରଫିର ଦ୍ୱିତୀୟ ଟେଷ୍ଟରେ ଅଷ୍ଟ୍ରେଲିଆକୁ ୬ ଉଇକେଟରେ ପରାଜିତ କରିଛି। ଏହାପରେ ଦଳ ଆଇସିସି ର଼୍ୟାଙ୍କିଙ୍ଗର ସମସ୍ତ ତିନୋଟି ଫର୍ମାଟରେ ବିଶ୍ୱର ଏକ ନମ୍ବର ଦଳ ହୋଇଛି।

ଭାରତୀୟ ଦଳ ଅଷ୍ଟ୍ରେଲିଆକୁ ପଛରେ ପକାଇ ଆଇସିସି ଟେଷ୍ଟ ମାନ୍ୟତାରେ ପ୍ରଥମ ସ୍ଥାନ ଅଧିକାର କରିଛି। ଦଳ ଆଇସିସିର ଦିନିକିଆ ଏବଂ ଟି୨୦ ସହିତ ଟେଷ୍ଟରେ ଏକ ନମ୍ବର ଦଳ ହୋଇପାରିଛି। ଟି୨୦ରେ ଭାରତ ୨୬୭ ପଏଣ୍ଟ ସହ ଏକ ନମ୍ବର ସ୍ଥାନରେ ରହିଛି। ଏଥି ସହିତ ଦିନିକିଆ ଫର୍ମାଟରେ ୧୧୪ ପଏଣ୍ଟ ସହ ଶୀର୍ଷରେ ରହିଛି।

 

Share