Categories: ଜାତୀୟ

ତିରୁପତି ମନ୍ଦିରର ମୋଟ ସମ୍ପତ୍ତିର ମୂଲ୍ୟ ଘୋଷଣା

ଚେନ୍ନାଇ,୬।୧୧: ପ୍ରସିଦ୍ଧ ତିରୁପତି ମନ୍ଦିରର ମୋଟ ସମ୍ପତ୍ତିର ମୂଲ୍ୟ ରବିବାର ଘୋଷଣା କରାଯାଇଛି। ମନ୍ଦିରର ମୋଟ ସମ୍ପତ୍ତିର ମୂଲ୍ୟ ୨.୫ ଲକ୍ଷ କୋଟିରୁ ଅଧିକ (ପ୍ରାୟ ୩୦ ଆମେରିକୀୟ ଡଲାର) ବୋଲି ତିରୁମାଲା ତିରୁପତି ଦେବସ୍ଥାନମ(ଟିଟିଡି) ପକ୍ଷରୁ ସୂଚନା ଦିଆଯାଇଛି।
ଅନେକ ପିଏସୟୁ ଏବଂ ବେସରକାରୀ ବ୍ୟାଙ୍କରେ ଟିଟିଡିର ଜମା ଜୁନ ୨୦୧୯ରେ ୧୩,୦୨୫ କୋଟି ଥିଲା, ଯାହାକି ୩୦ ସେପ୍ଟେମ୍ବର ୨୦୨୨ରେ ୧୫,୯୩୮ କୋଟି ଟଙ୍କା ଅତିକ୍ରମ କରିଛି। ଏହା ଏକ ରେକର୍ଡ ବୃଦ୍ଧି ଭାବରେ ଦେଖାଯାଉଛି। ବ୍ୟାଙ୍କରେ ଦେବସ୍ଥାନମ ଜମା କରିଥିବା ସୁନା ବର୍ତ୍ତମାନ ସୁଦ୍ଧା ୧୦.୨୫ ଟନ ହୋଇଯାଇଛି। ୨୦୧୯ରେ ଏହି ସୁନା ୭.୩ ଟନ ଥିଲା।
ମନ୍ଦିରର ଅଧିକାରୀ କହିଛନ୍ତି ଯେ, ଟିଡିଡି ଅଧିକ ଧନୀ ହେବାରେ ଲାଗିଛି, କାରଣ ଦାନ କରାଯାଇଥିବା ନଗଦ ଟଙ୍କା ଏବଂ ସୁନା ବଢିବାରେ ଲାଗିଛି। ବ୍ୟାଙ୍କଗୁଡିକରେ ଫିକ୍ସଡ ଜମା (ଏଫଡି) ମଧ୍ୟ ଆୟ ଦେଉଛି।

Share