ତିରୁପତି ମନ୍ଦିର କର୍ମଚାରୀ କରୋନା ପଜିଟିଭ୍‌: ୨ ଦିନ ଶ୍ରଦ୍ଧାଳୁଙ୍କ ପ୍ରବେଶ ମନା

ତିରୁପତି,୧୨।୬: ତିରୁମାଲା ତିରୁପତି ଦେବସ୍ଥାନମ୍‌(ଟିଟିଡି)ର ଜଣେ କର୍ମଚାରୀ ଶୁକ୍ରବାର କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତ ଜଣକ ଟିଟିଡିର ସ୍ବାସ୍ଥ୍ୟ ବିଭାଗରେ କାର୍ଯ୍ୟ କରୁଥିବା ଜଣାପଡ଼ିଛି। ଏହାପରେ ଶ୍ରୀ ଗୋବିନ୍ଦ ରାଜ ସ୍ବାମୀ ମନ୍ଦିରକୁ ୨ ଦିନ ଯାଏଁ ଶ୍ରଦ୍ଧାଳୁଙ୍କ ପାଇଁ ବନ୍ଦ ରଖାଯାଇଛି। ତିରୁପତି ମନ୍ଦିରରେ କରୋନାର ଏହା ପ୍ରଥମ ମାମଲା। ସୂଚନା ମୁତାବକ ଲକ୍‌ଡାଉନ ହେବା ପରେ ଦୀର୍ଘ ଦିନ ଧରି ତିରୁପତି ମନ୍ଦିର ବନ୍ଦ ରହିଥିଲା। କେନ୍ଦ୍ର ସରକାରଙ୍କ ଅନୁମତି ପରେ ସୋମବାରଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ମନ୍ଦିର ଖୋଲାଯାଇଛି।

Share