Categories: ଜାତୀୟ

ତିରୁମାଲ ମନ୍ଦିରକୁ ୧୪ କୋଟି ଟଙ୍କା ଦାନ କଲେ ୨ ପ୍ରବାସୀ ଭାରତୀୟ

ତିରୁମାଲା,୧୦।୮: ଆନ୍ଧ୍ରପ୍ରଦେଶରେ ଥିବା ଭଗବାନ ବାଲାଜିଙ୍କ ତିରୁମାଲା ମନ୍ଦିରକୁ ୨ ଜଣ ପ୍ରବାସୀ ଭାରତୀୟ ବ୍ୟବସାୟୀ ଶୁକ୍ରବାର ୧୪ କୋଟି ଟଙ୍କା ଦାନ କରିଛନ୍ତି। ତେଲଗୁ କ୍ୟାଲେଣ୍ଡରର ଶ୍ରାବଣ ମାସରେ ଏଠାରେ ଆୟୋଜିତ ହେଉଥିବା ବରଲକ୍ଷ୍ମୀ ପୂଜା ଅବସରରେ ଏମାନେ ଏହି ଅର୍ଥ ଦାନ କରିଛନ୍ତି। ଉଭୟ ବ୍ୟବସାୟୀ ମନ୍ଦିରରେ ପରିବାର ସଦସ୍ୟଙ୍କ ସହ ପୂଜାର୍ଚ୍ଚନା କରିବା ପରେ ୧୪ କୋଟି ଟଙ୍କାର ଏକ ଡ୍ରାପ୍ଟ ତିରୁମାଲା ତିରୁପତି ଦେବସ୍ଥାନମ୍ସ(ଟିଟିଡି)ର ସ୍ପେଶାଲ ଅଫିସର ଏଭି ଧର୍ମା ରେଡ୍ଡୀଙ୍କୁ ଏହା ପ୍ରଦାନ କରିଛନ୍ତି। ସୂଚନାଯୋଗ୍ୟ, ଗତବର୍ଷ ଜୁଲାଇରେ ୨ ପ୍ରବାସୀ ଭାରତୀୟ ୧୩.୫ କୋଟି ଟଙ୍କା ଦାନ କରିଥିଲେ।

Share