ତିର୍ତ୍ତୋଲରେ ମାଙ୍କଡ଼ ଆତଙ୍କ: ୫ରୁ ଊର୍ଦ୍ଧ୍ୱ ଆହତ

ତିର୍ତ୍ତୋଲ, ୨୯।୫(ଡି.ଏନ୍‌.ଏ.): ଜଗତ୍‌ସିଂହପୁର ଜିଲା ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ମଣିଜଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ମାଙ୍କଡ଼ ଆତଙ୍କ ଦେଖାଦେଇଛି। ମାଙ୍କଡ଼ ଆତଙ୍କରେ ୫ରୁ ଊର୍ଦ୍ଧ୍ୱ ବ୍ୟକ୍ତି ଆହତ ହୋଇ ଚିକିତ୍ସିତ ହେଉଥିବା ଜଣାପଡ଼ିଛି। ଏହି ଥାନା ଅନ୍ତର୍ଗତ ଗରେଇ ଗ୍ରାମର ବିଜୟ ଶତପଥୀଙ୍କୁ ବୁଧବାର ତାଙ୍କ ଘର ନିକଟରେ ଏକ ମାଙ୍କଡ଼ ଆକ୍ରମଣ କରିଛି। ଏଥିରେ ସେ ଗୁରୁତର ଆହତ ହୋଇଛନ୍ତି। ଚିକିତ୍ସା ପାଇଁ ପ୍ରଥମେ ତାଙ୍କୁ ମଣିଜଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ଜିଲା ମୁଖ୍ୟ ଚିକିତ୍ସାଳରେ ଭର୍ତ୍ତି କରାଯାଇଛି। ଗରେଇ ଗ୍ରାମର ପ୍ରଫୁଲ୍ଲ ତାରେଣିଆ, ରେଖା ଦାସଙ୍କ ସମେତ ୫ରୁ ଊର୍ଦ୍ଧ୍ୱ ଆହତ ହୋଇ ଚିକିତ୍ସିତ ହେଉଛନ୍ତି। ମାଙ୍କଡ଼କୁ ବନବିଭାଗ ପକ୍ଷରୁ ଧରିବା ପାଇଁ ସ୍ଥାନୀୟ ଅଞ୍ଚଳରେ ଦାବି ହେଉଛି।