Advertisement

ତିର୍ତ୍ତୋଲ ବ୍ଲକରେ ପ୍ରଥମ କରୋନା ପଜିଟିଭ୍‌ ଚିହ୍ନଟ

ତିର୍ତ୍ତୋଲ,୨୪ା୫(ଡି.ଏନ୍‌.ଏ.): ଜଗତସିଂହପୁର ଜିଲା ତିର୍ତ୍ତୋଲ ବ୍ଲକରେ ପ୍ରଥମ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେ ଗୁଜରାଟର ଅହମ୍ମଦାବାଦ ଫେରନ୍ତା ବୋଲି ବ୍ଲକ ପ୍ରଶାସନ ସୂଚନା ଦେଇଛି। ଗତ ୧୯ ତାରିଖରେ ଜିଲାରେ ପରୀକ୍ଷା ପାଇଁ ପେଣ୍ଡିଂ ରହିଥିବା ସ୍ବାବ୍‌ ରିପୋର୍ଟ ବାହାରିବା ପରେ ଶନିବାର ରାତିରେ ଜିଲା ସ୍ବାସ୍ଥ୍ୟ ବିଭାଗ ଏହି ସୂଚନା ପ୍ରଦାନ କରିଥିଲା। ଏହାପରେ ସେ କ୍ୱାରାଣ୍ଟାଇନରେ ରହିଥିବା ତେନ୍ତୁଳିପଦା ପ୍ରାଥମିକ ବିଦ୍ୟାଳୟ ଅସ୍ଥାୟୀ କରୋନା ସ୍ବାସ୍ଥ୍ୟ ଶିବିର ପରିସରକୁ କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି। ଏହି ଅସ୍ଥାୟୀ ସ୍ବାସ୍ଥ୍ୟ ଶିବିରର ଉଭୟ ପାଶର୍‌ବର ୨୦୦ ମିଟର ପରିଧି ମଧ୍ୟରେ ସାଧାରଣ ଚଳପ୍ରଚଳ ବନ୍ଦ ରଖାଯାଇଥିବା ବିଡିଓ ରଞ୍ଜନ କୁମାର ପରିଡ଼ା ସୂଚନା ଦେଇଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share