Categories: ଖେଳ

ତିଳକଙ୍କ ଲାଗି ଯୁକ୍ତି ବାଢ଼ିଲେ ଅଶ୍ୱିନ

ନୂଆଦିଲ୍ଲୀ,୧୦।୮: ଅକ୍ଟୋବର ୫ରୁ ବିଶ୍ୱକପ୍‌। ଏଥିଲାଗି ଭାରତୀୟ ଟିମ୍‌ ପ୍ରସ୍ତୁତି ଚଳାଇଥିବା ବେଳେ କେଉଁ ଖେଳାଳିଙ୍କୁ ସୁଯୋଗ ମିଳିବ ତାହାକୁ ନେଇ କଳ୍ପନାଜଳ୍ପନା ବୃଦ୍ଧି ପାଉଛି। ଏଭଳି ସ୍ଥିତିରେ ଶ୍ରେଷ୍ଠ ଅଫ୍‌ ସ୍ପିନର ଭାବେ ପରିଗଣିତ ରବିଚନ୍ଦ୍ରନ ଅଶ୍ୱିନ ଜାତୀୟ ଚୟନକର୍ତ୍ତାଙ୍କୁ ଜଣେ ଖେଳାଳିଙ୍କୁ ସାମିଲ କରିବାକୁ ଅପିଲ କରିଛନ୍ତି। ସେ ହେଉଛନ୍ତି ତିଳକ ବର୍ମା।

ଅଶ୍ୱିନ ନିଜର ୟୁଟ୍ୟୁବ ଚ୍ୟାନେଲରେ କହିଛନ୍ତି, ବିଶ୍ୱକପ୍‌ ଲାଗି ତିଳକଙ୍କ ଦାବିଦାରୀ ମଜଭୂତ ହୋଇଛି। ସେ ବାମହାତୀ ବ୍ୟାଟ୍ସମ୍ୟାନ୍‌। ଭାରତୀୟ ଟିମ୍‌ରେ ଏଭଳି ବ୍ୟାଟ୍ସମ୍ୟାନ୍‌ଙ୍କ ଅଭାବ ରହିଛି। ଅଧିକାଂଶ ଟିମ୍‌ ପାଖରେ ବାମହାତୀ ବ୍ୟାଟ୍ସମ୍ୟାନଙ୍କ ଅଡୁଆ ବଢ଼ାଇବାକୁ ସ୍ପିନ କରୁଥିବା ବୋଲର ନାହାନ୍ତି। ଏଣୁ ତିଳକ ଗୁରୁତ୍ୱପୂର୍ଣ୍ଣ। ଏଥିସହ ଅନେକ ବ୍ୟାଟ୍ସମ୍ୟାନ୍‌ ଆହତ ସମସ୍ୟାରୁ ସୁସ୍ଥ ହୋଇଥିବା କାରଣରୁ ସେ ମଧ୍ୟକ୍ରମରେ ଭାରତର ଅସୁବିଧାକୁ ଦୂର କରିପାରିବେ ବୋଲି ଅଶ୍ୱିନ କହିଛନ୍ତି।

Share