ତିଷ୍ଠି ରହିବାକୁ ସଂଗ୍ରାମ କରୁଛି ସଂସ୍କୃତ ଖବରକାଗଜ ‘ସୁଧର୍ମା’

ମହୀଶୂର: ଦେବ ଭାଷା ସଂସ୍କୃତ। ଏହି ଭାଷାର ଲୋକପ୍ରିୟତା ବୃଦ୍ଧି କରିବା ପାଇଁ ଦେଶରେ ବିଶ୍ୱ ସଂସ୍କୃତ ସପ୍ତାହ ପାଳନ କରାଯାଉଛି। କିନ୍ତୁ ଏବେ ମହୀଶୂରରୁ ପ୍ରକାଶିତ ଏକମାତ୍ର ସଂସ୍କୃତ ଖବରକାଗଜ ‘ସୁଧର୍ମା’ ତିଷ୍ଠି ରହିବା ପାଇଁ ସଂଗ୍ରାମ କରୁଛି। ସଂସ୍କୃତ ଭାଷାର ପ୍ରଚାର ଓ ପ୍ରସାର ପାଇଁ ବରଦରାଜ ଆୟାଙ୍ଗାରଙ୍କ ଦ୍ୱାରା ଜୁଲାଇ ୧୫ ,୧୯୭୦ରେ ଆରମ୍ଭ କରାଯାଇଥିବା ଏହି ଖବରକାଗଜ ତା’ର ୫୦ ବର୍ଷ ପୂର୍ତ୍ତି ପାଳନ କରିବାକୁ ଅକ୍ଷମ। ବିଭିନ୍ନ ସରକାରୀ ସଂସ୍ଥାକୁ ଏଥିପାଇଁ ସାହାଯ୍ୟ ଚାହିଁଥିଲେ ମଧ୍ୟ ସେହିସବୁ ସଂସ୍ଥା ଆଗ୍ରହ ପ୍ରକାଶ କରୁନାହାନ୍ତି। ଏବେ ଆୟାଙ୍ଗାରଙ୍କ ପୁଅ ସମ୍ପତ୍‌ କୁମାର ଓ ବୋହୂ ଜୟଲକ୍ଷ୍ମୀ ତାହାକୁ ପ୍ରକାଶ କରୁଛନ୍ତି। ଏ-୩ ସାଇଜ୍‌ର ଏହିି କାଗଜର ୩,୦୦୦ ଗ୍ରାହକ ରହିଛନ୍ତି। ବିଭିନ୍ନ ସଂସ୍ଥା ଓ ଲାଇବ୍ରେରି ଏହାକୁ ବେଶି ନେଉଛନ୍ତି। ‘ସୁଧର୍ମା’ର ଇ- ପେପର ପାଠକଙ୍କ ସଂଖ୍ୟା ଏବେ ୧ ଲକ୍ଷ । ଏହି ସଂସ୍କୃତ ଖବରକାଗଜର ମୂଲ୍ୟ ରହିଛି ୧ ଟଙ୍କା ୭୫ ପଇସା।

Share