Categories: ଖେଳ

ତିସିତ୍‌ସିପାସ୍‌ ପ୍ରି-କ୍ୱାର୍ଟରରେ

ପ୍ୟାରିସ, ୧ା୬ (ଏଏଫ୍‌ପି)-ଷ୍ଟିଫାନସ ତିସିତ୍‌ସିପାସ୍‌ ଦୀର୍ଘ ୮୩ ବର୍ଷ ବ୍ୟବଧାନରେ ପ୍ରଥମ ଗ୍ରୀକ୍‌ ଖେଳାଳି ହିସାବରେ ଫ୍ରେଞ୍ଚ୍‌ ଓପନ୍‌ ଗ୍ରାଣ୍ଡସ୍ଲାମ ଟେନିସ୍‌ ପ୍ରତିଯୋଗିତାର ଚତୁର୍ଥ ରାଉଣ୍ଡରେ ପ୍ରବେଶ କରିଛନ୍ତି। ଶନିବାର ପୁରୁଷ ସିଙ୍ଗଲ୍ସର ଏକ ତୃତୀୟ ରାଉଣ୍ଡ ମ୍ୟାଚରେ ସେ ଫିଲିପ୍‌ କ୍ରାଜିନୋଭିଚ୍‌ଙ୍କୁ ୭-୫, ୬-୩, ୬-୭ (୫/୭), ୭-୬ (୮/୯) ସେଟ୍‌ରେ ହରାଇ ଦେଇଛନ୍ତି। ୨୦ବର୍ଷୀୟ ଏହି ଖେଳାଳି ତୃତୀୟ ରାଉଣ୍ଡରେ ପୂର୍ବତନ ଚାମ୍ପିୟନ ଷ୍ଟାନ୍‌ ଓ୍ବାରିଙ୍କା କିମ୍ବା ଗ୍ରିଗୋର ଦିମିତ୍ରୋଭଙ୍କୁ ଭେଟିବେ। ପୂର୍ବରୁ ଗ୍ରୀକ୍‌ର ଲାଜାରସ ଷ୍ଟାଲିଅସ୍‌ ୧୯୩୬ରେ ରୋଲାଣ୍ଡ ଗ୍ୟାରୋସଠାରେ ଚତୁର୍ଥ ରାଉଣ୍ଡରେ ପ୍ରବେଶ କରିଥିଲେ। ସୂଚନାଯୋଗ୍ୟ, ଚଳିତବର୍ଷ ପ୍ରାରମ୍ଭରେ ରୋଜର ଫେଡରରଙ୍କ ବିରୋଧରେ ଚମକପ୍ରଦ ବିଜୟ ହାସଲ କରି ତିସିତ୍‌ସିପାସ ଅଷ୍ଟ୍ରେଲିଆନ ଓପନ୍‌ ସେମିଫାଇନାଲକୁ ଉନ୍ନୀତ ହୋଇଥିଲେ।

Share