Categories: ଜାତୀୟ

ତିସ୍‌ ହଜାରି କୋର୍ଟରେ ତାଣ୍ଡବ: ପୋଲିସଙ୍କୁ ପିଟିଲେ ଓକିଲ

ନୂଆଦିଲ୍ଲୀ,୨।୧୧: ଦିଲ୍ଲୀର ତିସ୍‌ ହଜାରି କୋର୍ଟରେ ଶନିବାର ଅପରାହ୍ନରେ ଓକିଲ ଓ ପୋଲିସ ମଧ୍ୟରେ ସାମାନ୍ୟ କଥାକୁ ନେଇ ହୋଇଛି ଖଣ୍ଡଯୁଦ୍ଧ। ପରିସ୍ଥିତି ଅଣାୟତ୍ତ ହେବାରୁ ପୋଲିସ ପକ୍ଷରୁ ପାୟାରିଂ କରାଯାଇଥିବା ସୂଚନା ମିଳିଛି। ଏହାପରେ ଓକିଲମାନେ ପୋଲିସକୁ ମାଡ ମାରିବା ସହ କୋର୍ଟ ପରିସରରେ ଥିବା କିଛି ଗାଡ଼ିକୁ ପୋଡି ଦେଇଛନ୍ତି। ଏଥିରେ ଆହତ ହୋଇଥିବା ଓକିଲଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହାକୁ ଦେଖି ସେଠାରେ ଅଧିକ ପୋଲିସ ମୁତୟନ କରାଯିବା ସହ ଘଟଣାର ତଦନ୍ତ ଆରମ୍ଭ ହୋଇଛି। ଏଠାରେ ଖବର ସଗ୍ରହ କରୁଥିବା ଜଣେ ଖବରଦାତାଙ୍କୁ ଓକିଲମାନେ ପଟିବା ସହ ତାଙ୍କ ମୋବାଇଲ ଛଡାଇ ନେଇଥିବା ସୂଚନା ମିଳିଛି।

Share