Categories: ଜାତୀୟ

ତିହାର ଜେଲରେ ଖୋଲିଲା ଆଇସୋଲେଶନ ସେଲ୍‌

ନୂଆଦିଲ୍ଲୀ,୧୪।୩: କରୋନା ଭାଇରସ ଆମ ଦେଶରେ ବ୍ୟାପିବା ଆରମ୍ଭ କରିଥିବା ବେଳେ ଏବେ ଏହାକୁ ନେଇ ସଚେତନା ସୃଷ୍ଟି କରାଯାଉଛି। କେବଳ ବାହାରେ ଥିବା ଲୋକେ ନୁହେଁ ଜେଲରେ ଥିବା କଏଦୀମାନେ କିପରି ଏହି କରୋନା ଭାଇରସଠାରୁ ଦୂରେଇ ରହିପାରିବେ ସେ ନେଇ ଜେଲ କର୍ତ୍ତୁପକ୍ଷ ବ୍ୟବସ୍ଥା ଆରମ୍ଭ କରିଛନ୍ତି। ତିହାର ଜେଲରେ କଏଦୀଙ୍କ ପାଇଁ ଆଇସୋଲେଶନ ସେଲ୍‌ ଖୋଲାଯାଇଛି। ଯେଉଁ କଏଦୀଙ୍କ ନିକଟରେ କରୋନାର କୌଣସି ଲକ୍ଷଣ ଦେଖାଦେଲା ତାଙ୍କୁ ତୁରନ୍ତ ଆଇସୋଲେଶନ ଓ୍ବାର୍ଡକୁ ପଠାଇ ଦିଆଯିବ ବୋଲି କୁହାଯାଉଛି। ସେହିପରି ବାହାରୁ ନୂଆକରି ଆସୁଥିବା ଅଭିଯୁକ୍ତଙ୍କୁ ୩ ଦିନ ପୃଥକଭାବେ ରଖି ସେମାନଙ୍କର ସ୍କ୍ରିନିଂ କରାଯିବାର ବ୍ୟବସ୍ଥା କରାଯାଇଛି। ଏବେ ତିହାର ଜେଲରେ ପାଖାପାଖି ୧୭,୫୦୦ କଏଦୀ ରହିଥିବାରୁ ଜେଲ କର୍ତ୍ତୁପକ୍ଷ ଏଭଳି ସତର୍କତା ଅବଲମ୍ବନ କରିଛନ୍ତି।

Share