Categories: ଜାତୀୟ

ତିହାର ଜେଲ ଅଧିକାରୀଙ୍କୁ କୋର୍ଟ ନିର୍ଦ୍ଦେଶ: ଆଜାଦଙ୍କୁ ଶୀଘ୍ର ଚିକିତ୍ସା ଯୋଗାଅ

ନୂଆଦିଲ୍ଲୀ,୯ା୧: ସିଏଏ ବିରୋଧୀ ଉଗ୍ର ବିକ୍ଷୋଭବେଳେ ଦିଲ୍ଲୀରୁ ଗିରଫ ହୋଇ ତିହାର ଜେଲରେ ଥିବା ଭୀମ୍‌ ଆର୍ମୀ ମୁଖ୍ୟ ଚନ୍ଦ୍ରଶେଖର ଆଜାଦ୍‌ଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇଦେବା ଲାଗି ଦିଲ୍ଲୀ କୋର୍ଟ ତିହାର ଜେଲ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ମେଟ୍ରୋପଲିଟାନ୍‌ ମାଜିଷ୍ଟ୍ରେଟ୍‌ ଅରୁଲ୍‌ ବର୍ମା ମଧ୍ୟବର୍ତ୍ତିକାଳୀନ ନିର୍ଦ୍ଦେଶନାମାରେ ଏଭଳି କହିଥିବାବେଳେ ପୂର୍ଣ୍ଣାଙ୍ଗ ଶୁଣାଣି ଗୁରୁବାର ହେବ ବୋଲି ଜଣାପଡ଼ିଛି। ତେବେ ଆଜାଦଙ୍କ ମେଡିକାଲ ରିପୋର୍ଟ ପ୍ରଦାନ ଲାଗି ଅଧିକ ସମୟ ଲାଗିବ ଓ ଏମ୍ସରେ ତାଙ୍କ ଚିକିତ୍ସା କରାଯିବ ବୋଲି ଜଣାପଡ଼ିଛି। ଆଜାଦ ପୋଲୁସାଇଥେମିଆରେ ପୀଡ଼ିତ ଥିବାବେଳେ ଏମ୍ସରେ ଦୈନନ୍ଦିନ ଚିକିତ୍ସାର ଆବଶ୍ୟକତା ରହିଛି ବୋଲି ଆଜାଦଙ୍କ ଓକିଲ ଦର୍ଶାଇଥିଲେ। ତୁରନ୍ତ ଚିକିତ୍ସା ଯୋଗାଇ ନ ଦେଲେ ହୃଦଘାତର ଆଶଙ୍କା ରହିଥିବା ସେ କୋର୍ଟରେ କହିଥିଲେ। ପ୍ରକାଶଥାଉ କି, ଆଜାଦ ଗତ ୨୧ରୁ ହାଜତରେ ଅଛନ୍ତି।

Share