ତିହିଡ଼ିରେ ଜେଏମ୍‌ଏଫ୍‌ସି କୋର୍ଟ ପ୍ରତିଷ୍ଠା ଦାବି: ଓକିଲ ସଂଘର ଧାରଣା

ତିହିଡି,୨୯।୮(ଡି.ଏନ୍‌.ଏ.): ଭଦ୍ରକ ଜିଲା ତିହଡ଼ି ଓକିଲ ସଂଘ ପକ୍ଷରୁ ଗୁରୁବାର ପୂର୍ବାହ୍ନରେ ତିହିଡ଼ି ତହସିଲ କାର୍ଯ୍ୟାଳୟ ପରିସରରେ ଧାରଣା ଦିଆଯାଇଛି। ତିହିଡିରେ ସିଭିଲ୍‌ ଜଜ୍‌ ଜୁନିୟର ଡିଭିଜନ(ଜେଏମ୍‌ଏଫ୍‌ସି) କୋର୍ଟ ପ୍ରତିଷ୍ଠା ଦାବିରେ ଏହି ପଦକ୍ଷେପ ନିିଆଯାଇଛି। ସଂଘର ସଭାପତି ସୂର୍ଯ୍ୟ ମିଶ୍ର, ସମ୍ପାଦକ ବିଷ୍ଣୁ ଦାଶ, ଉପ ସଭାପତି ମନୋରଞ୍ଜନ ଦାସ, ସହ ସମ୍ପାଦକ ଗୌରହରି ମହାନ୍ତ, କୋଷାଧ୍ୟକ୍ଷ ତପନ ମିଶ୍ର ପ୍ରମୁଖଙ୍କ ନେତୃତ୍ୱରେ ଏହି ଧାରଣା ଦିଆଯାଇଛି। ପ୍ରଶାସନର ଅବହେଳା ଯୋଗୁ କୋର୍ଟ ପ୍ରତିଷ୍ଠାରେ ଅହେତୁକ ବିଳମ୍ବ ହୋଇଥିବା ସେମାନେ ଅଭିଯୋଗ କରିଛନ୍ତି।

Share