ତିହିଡ଼ିରେ ବିଜେଡିର ନୂତନ ସଦସ୍ୟତା ଗ୍ରହଣ ଅଭିଯାନ, ଦଳକୁ ସୁଦୃଢ଼ କରିବାକୁ ପରାମର୍ଶ

ତିହିଡ଼ି,୨୦।୯(ଡି.ଏନ୍‌.ଏ.): ଭଦ୍ରକ ଜିଲା ଧାମନଗର ନିର୍ବାଚନମଣ୍ଡଳୀର ୧୩ ପଞ୍ଚାୟତକୁ ନେଇ ତିହିଡ଼ି ବ୍ଲକ ଅଚକ ପଞ୍ଚାୟତ ଅଧୀନ ନନ୍ଦପୁର ବଜାରରେ ଶୁକ୍ରବାର ବିଜେଡିର ନୂତନ ସଦସ୍ୟତା ଗ୍ରହଣ ଅଭିଯାନ ଆରମ୍ଭ ହୋଇଯାଇଛି। ଏଥିରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ କମଳାକାନ୍ତ ଭୋଇ ପୌରୋହିତ୍ୟ କରିଥିଲେ। ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ, ବ୍ଲକ ଅଧ୍ୟକ୍ଷା ବିଦ୍ୟୁତଲତା ନାୟକ, ଜିଲା ପରିଷଦ ସଭ୍ୟ କମଳାକାନ୍ତ ଦାସ ଓ ଚିନ୍ତାମଣି ଦାସ, ବ୍ଲକ ସଂଯୋଜକ ଦିବ୍ୟରଞ୍ଜନ ସାହୁ, ଦେବେନ୍ଦ୍ର ପୁହାଣ, ସୁରେନ୍ଦ୍ର ନାୟକ, ବିଶ୍ୱଜିତ ବେହେରା ପ୍ରମୁଖ ଯୋଗଦେଇ ନୂତନ ସଦସ୍ୟତା ଗ୍ରହଣ କରି ଦଳକୁ ସୁଦୃଢ଼ କରିବାକୁ ପରାମର୍ଶ ଦେଇଥିଲେ।