ତିହିଡ଼ିରେ ଭୟାବହ ଅଗ୍ନିକାଣ୍ଡ: ଗ୍ୟାସ ଟାଙ୍କି ଫାଟି ଜଳିଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି

ଭଦ୍ରକ ଅଫିସ,୧।୩ : ଭଦ୍ରକ ଜିଲା ତିହିଡ଼ି ଥାନା ଅନ୍ତର୍ଗତ ଦୋଳସାହି ନୂଆ ଶାସନ ଗ୍ରାମରେ ଶନିବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଛି। ଗ୍ରାମର ଗଦାଧର ପାଣିଗ୍ରାହୀଙ୍କ ଘରେ ନିଆଁ ଲାଗି ଘର ସମ୍ପୂର୍ଣ୍ଣ ଜଳିଯାଇଛି। ଏଥିରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ଜଣାପଡିଛି। ବିଦ୍ୟୁତ ଶର୍ଟସର୍କିଟ୍‌ରୁ ଅଗ୍ନିକାଣ୍ଡ ଘଟି ଗ୍ୟାସ ସିଲିଣ୍ଡରକୁ ବ୍ୟାପିଯିବା କାରଣରୁ ବିସ୍ଫୋରଣ ଘଟିଥିବା ନେଇ ଚର୍ଚ୍ଚା ହେଉଛି।

ବିସ୍ଫୋରଣର ମାତ୍ରା ଏତେ ଅଧିକ ଥିଲା ଯେ ଟାଙ୍କିଟି ପ୍ରାୟ ୨୦୦ ମିଟର ଛିଟିକି ପଡ଼ିଥିଲା। ଖବରପାଇ ସ୍ଥାନୀୟ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ତେବେ ଏଥିରେ କେହି ମୃତାହତ ହୋଇ ନ ଥିବା ସୂଚନା ମିଳିଛି।