ତିହିଡି, ଚାନ୍ଦବାଲି ମଦମୃତ୍ୟୁ ଘଟଣା: ଅଭିଯୁକ୍ତଙ୍କ ଗିରଫ ଦାବିରେ ଗଣଧାରଣା, ପ୍ରତିବାଦ ସଭା

ତିହିଡ଼ି, ୧୪।୫(ଡି.ଏନ୍‌.ଏ.)- ଭଦ୍ରକ ଜିଲାର  ତିହିଡ଼ି ଓ ଚାନ୍ଦବାଲିରେ ବିଷାକ୍ତ ମଦ ପିଇ ୧୦ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ପୋଲିସ ଓ ପ୍ରଶାସନ ଏଯାଏ କୌଣସି ପଦକ୍ଷେପ ନେଇ ନାହିଁ । ମଦମୃତ୍ୟୁ ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କୁ ତୁରନ୍ତ ଗରିଫ କରିବା ଏବଂ ମୃତକ ଓ ପ୍ରଭାବିତ ପରିବାରଙ୍କୁ ସହାୟତା ଦେବା ଦାବି ନେଇ ମଙ୍ଗଳବାର ଭାଜପା ପକ୍ଷରୁ  ଗଣଧାରଣା ଦିଆଯାଇଥିଲା। ତିହିଡ଼ି ବ୍ଲକ ଅଧୀନ ପୀରହାଟ ବଜାରରେ ଆୟୋଜିତ ଗଣଧାରଣା ଓ ପ୍ରତିବାଦ ସଭାରେ ଲଙ୍କେଶ୍ୱରୀ ମଣ୍ଡଳ ସଭାପତି ଶଶିକାନ୍ତ ବିଶ୍ୱାଳ ପୌରୋହିତ୍ୟ କରିଥିଲେ। ଏଥିରେ ଭାଜପା ନେତାମାନେ ଯୋଗଦେଇ ଶାସକ ଦଳର ଜଣେ ବିଧାୟକ ଏବଂ ତାଙ୍କ ସହଯୋଗୀଙ୍କ ଗିରଫ ଦାବି କରିଥିଲେ। ସମ୍ପୃକ୍ତ  ନେତାଙ୍କ ନଁାରେ ଭାଜପା ପକ୍ଷରୁ ଥାନାରେ ଏତଲା ଦିଆଯାଇଥିଲେ ମଧ୍ୟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବା କ୍ଷୋଭର ବିଷୟ ବୋଲି ବକ୍ତାମାନେ କହିଥିଲେ। ମଦମୃତ୍ୟୁର ଶିକାର ହୋଇଥିବା ଲୋକଙ୍କ ପରିବାରକୁ ଏ ପର୍ଯ୍ୟନ୍ତ ନ୍ୟାୟ ମିଳି ପାରିନାହିଁ। ପୋଲିସ ଓ ପ୍ରଶାସନ ଚାପର ବଶବର୍ତ୍ତୀ ହୋଇ କଣସି କାର୍ଯ୍ୟାନୁଷ୍ଠାନ ନେଉ ନ ଥିବା ଦଳ ପକ୍ଷରୁ ଦର୍ଶାଯାଇ ଅବକାରୀ ବିଭାଗର ନିଷ୍କ୍ରିୟତାକୁ  ସମାଲୋଚନା କରାଯାଇଥିଲା। ତୁରନ୍ତ  ଏଦିଗରେ କାର୍ଯ୍ୟାନୁଷ୍ଠାନ ନିଆ ନ ଗଲେ ଭାଜପା ପକ୍ଷରୁ ଆନ୍ଦୋଳନକୁ ଯୋରଦାର କରାଯିବ ବୋଲି ଚେତାବନୀ ଦିଆଯାଇଥିଲା। ମୃତକଙ୍କ ପରିବାରକୁ ୩୦ଲକ୍ଷ ଟଙ୍କାର ସହାୟତା ପ୍ରଦାନ ସହ ପରିବାରର ଜଣକୁ ନିଯୁକ୍ତି ଦେବାକୁ ସଭାରେ ମଧ୍ୟ ଦାବି କରାଯାଇଥିଲା ା ଏମପି ପ୍ରାର୍ଥୀ ଅଭିମନ୍ୟୁ ସେଠୀ, ଚାନ୍ଦବାଲି ମଣ୍ଡଳ ସଭାପତି କମଳାକାନ୍ତ ସୂତାର, ମତୋ ଗଜଲକ୍ଷ୍ମୀ ମଣ୍ଡଳ ସଭାପତି କାହ୍ନୁ ଚରଣ ବେହେରା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପୂର୍ଣ୍ଣଚନ୍ଦ୍ର ପାଣି, ରାଜ୍ୟ ଓବିସି ମୋର୍ଚ୍ଚା ଉପସଭାପତି ରଘୁନାଥ ପାତ୍ର, ଜିଲା କୃଷକ ମୋର୍ଚ୍ଚା ସଭାପତି ମଙ୍ଗରାଜ ନାୟକ, ଜିଲା ସମ୍ପାଦକ ସଂଗ୍ରାମ ମହାନ୍ତି ଓ ମୁକ୍ତିକାନ୍ତ ନାୟକ, ମଣ୍ଡଳ ଉପସଭାପତି ରାଜାରାମ ମହାକୁଡ଼, ସାଧାରଣ ସମ୍ପାଦକ ମାନସ ରଞ୍ଜନ ନାୟକ, ଦୁର୍ଗା ପ୍ରସାଦ ଦାସ, ଭଦ୍ରକାଳୀ ମଣ୍ଡଳ ସଭାପତି ନାରାୟଣ ସେନାପତି, ଜ୍ଞାନରଞ୍ଜନ ସାମନ୍ତ ସିଂହାର, ଅଶୋକ ରାଉତ, ଅନୀଲ ବେହେରା, ଅନାଦି ବାରିକ, ସୁରେନ୍ଦ୍ର ବଳ, ସଞ୍ଜୟ ବାରିକ ପ୍ରମୁଖ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ଭିଜିଲାନ୍ସ ଜାଲରେ ସିଭିଲ ସପ୍ଲାଏର ଜୁନିୟର ଆକାଉଣ୍ଟାଣ୍ଟ, ଏକକାଳୀନ ୫ଟି ସ୍ଥାନରେ ଚଢ଼ାଉ

ସୁନ୍ଦରଗଡ଼, ବାଲେଶ୍ବର ୨୨/୧୨(ଜୟ ନାରାୟଣ ମେଣ୍ଡୁଳି/ବାଞ୍ଛାନିଧି ଦେ): ପୁଣି ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ଆଜି ପୁଣି ସକାଳୁ ସକାଳୁ ଭିଜିଲାନ୍ସ ରେଡ୍ କରିଛି...

ପୁଣି ଅରୁଣଙ୍କ ଘରେ ବିଜେଡି ନେତାଙ୍କ ମେଳି…

ବାଲେଶ୍ୱର,୨୦।୧୨(ବାଞ୍ଛାନିଧି ଦେ): ଅରୁଣ ସାହୁଙ୍କ ଘରେ ମେଳି ବାନ୍ଧିଲେଣି ବାଲେଶ୍ୱର ବିଜେଡି ନେତା। ଜ୍ୟୋତି ପାଣିଗ୍ରାହୀ, ସୁକାନ୍ତ ନାୟକ, ସ୍ବରୂପ ଦାସ ମଧ୍ୟ ଉପସ୍ଥିତ ଅଛନ୍ତି।...

୧୧ କେଭି ବିଦ୍ୟୁତ ତାର ଛିଡ଼ି ଜଳିଗଲା ଧାନଗଦା, ୩ ଲଷରୁ ଅଧିକ ଟଙ୍କାର କ୍ଷତି

ବାହାନଗା, ୨୦। ୧୨(ଅରୂପ କୁମାର ଦାସ): ରେମୁଣା ବ୍ଲକ ଗୋପାଳପୁର ଥାନା ଅଧିନସ୍ଥ ତାଳପଦା ଗ୍ରାମ ବିଲରେ ଯାଇଥିବା ଇଲେଭେନ କେଭି ବିଦ୍ୟୁତ ତାର ଛିଡି...

ରାସ୍ତା ପାର୍ଶ୍ୱରେ ମେଡ଼ିସିନ ପଡିବା ଘଟଣା: ସସ୍‌ପେଣ୍ଡ ହେଲେ ୨ ଏଏନଏମ

ବାଲେଶ୍ୱର, ୧୯।୧୨: ( ବାଞ୍ଛାନିଧି ଦେ): ରାସ୍ତା ପାର୍ଶ୍ୱରେ ସରକାରୀ ଔଷଧ ପଡ଼ିଥିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଲେ ବାଲେଶ୍ୱର ସିଡିଏମଓ ଡା.ପ୍ରଭାତ କୁମାର ବେହେରା। ନିଲମ୍ବିତ...

ଖଇରାରେ ଦନ୍ତା ହାତୀର ଉପଦ୍ରବ, ୨ ପଞ୍ଚାୟତର ସମସ୍ତ ସ୍କୁଲ ଛୁଟି ଘୋଷଣା

ଖଇରା, ୧୯ା୧୨(ଉତ୍କଳ ବନ୍ଧୁ ପଣ୍ଡା ): ଗୁରୁବାର ରାତିରୁ ବାଲେଶ୍ୱର ଜିଲା ଖଇରା ବ୍ଲକ ଅଞ୍ଚଳରେ ଏକ ଦନ୍ତା ହାତୀ ଆତଙ୍କ ଖେଳାଇଛି । ଏକ...

ଖଇରାରେ ଆତଙ୍କ ଖେଳାଇଛି ଦନ୍ତା ହାତୀ, ଆକ୍ରମଣରେ ବୃଦ୍ଧ ମୃତ

ଖଇରା,୧୯/୧୨(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ବର ଜିଲା ସୋର ରେଞ୍ଜ ଅଧିନ ଖଇରା ଅଞ୍ଚଳରେ ଏକ ଦନ୍ତାହାତୀ ଗୁରୁବାର ରାତିସାରା ଆତଙ୍କ ଖେଳାଇଛି । କୁପାରୀ ଓ ଔପଦା...

ସୋର ଆହାର କେନ୍ଦ୍ରରୁ ବନ୍ଧୁକ ଜବତ, ପାଚେରି ଡେଇଁ ଯୁବକ ଚମ୍ପଟ୍‌

ବାଲେଶ୍ୱର,୧୮ା୧୨ ( ବାଞ୍ଛାନିଧି ଦେ): ସୋରରେ ଅଭାବନୀୟ ଘଟଣା । ଆହାର କେନ୍ଦ୍ରରୁ ଜବତ ହେଲା ବନ୍ଧୁକ ଜବତ ।  ତେବେ ଧରାପଡିବା ପରେ ଯୁବକ...

ପାରିବାରିକ କଳହର କରୁଣ ପରିଣତି, ସାନଭାଇ ମାଡ଼ରେ ବଡ଼ ଭାଇଙ୍କ ମୃତ୍ୟୁ ଅଭିଯୋଗ

ଭୋଗରାଇ,୧୮l୧୨ ( ପ୍ରଦୀପ ଦାସ ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ମାନକୁଣ୍ଡା ଗ୍ରାମରେ ଅଭାବନୀୟ ଘଟଣା ଘଟିଛି । ଘର ରାସ୍ତାରେ ବାଇକ୍ ରଖାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri