Categories: ଖେଳ

ତୀରନ୍ଦାଜୀ ବିଶ୍ୱକପ୍‌: ଭାରତକୁ ୨ ବ୍ରୋଞ୍ଜ ପଦକ

ଡେନ୍‌ ବୋସକ୍‌ (ନେଦରଲାଣ୍ଡ୍ସ),୧୬।୬ (ପି.ଟି.)-ଜ୍ୟୋତି ସୁରେଖା ଭେନମଙ୍କ ଚମତ୍କାର ପ୍ରଦର୍ଶନ ଯୋଗୁ ଏଠାରେ ଚାଲିଥିବା ବିଶ୍ୱ ତୀରନ୍ଦାଜୀ ଚାମ୍ପିୟନଶିପ୍‌ ମହିଳା କମ୍ପାଉଣ୍ଡ ବିଭାଗରେ ଭାରତ ଦୁଇଟି ବ୍ରୋଞ୍ଜ ପଦକ ଜିତିବାରେ ସମର୍ଥ ହୋଇଛି। ଏସିଆନ ଗେମ୍ସ ରୌପ୍ୟ ବିଜୟିନୀଙ୍କ ନେତୃତ୍ୱରେ ମୁସ୍କାନ କିରାର ଓ ରାଜ କୌରଙ୍କ ନେଇ ଭାରତୀୟ ମହିଳା ଦଳ ବ୍ରୋଞ୍ଜ୍‌ ପ୍ଲେ-ଅଫ୍‌ରେ ତୁର୍କୀ ଦଳକୁ ୨୨୯-୨୨୬ ପଏଣ୍ଟରେ ପରାସ୍ତ କରିଛି। ପରେ ସନ୍ଧ୍ୟା ସେସନରେ ଜ୍ୟୋତି ଆଉ ଏକ ବ୍ରୋଞ୍ଜ ପଦକ ଜିତିଥିଲେ। ବ୍ୟକ୍ତିଗତ ବିଭାଗରେ ସେ ବିଶ୍ୱର ୨ ନମ୍ବର ମାନ୍ୟତାପ୍ରାପ୍ତ ତୁର୍କୀର ୟେସିମ୍‌ ବୋସ୍ତାନଙ୍କୁ ୧୦-୯ ପଏଣ୍ଟରେ ହରାଇ ଦେଇଥିଲେ। ଜ୍ୟୋତି ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଗତ ଥର ଇଭେଣ୍ଟର ମେକ୍ସିକୋ ସଂସ୍କରଣରେ ଆମେ ରୌପ୍ୟ ପଦକ ଜିତିଥିଲୁ। ଏଥର ପୋଡିୟମରେ ସ୍ଥାନ ପାଇ ଆମେ ଖୁସି ଅଛୁ। ଦୀର୍ଘ ଦୁଇବର୍ଷ ପରେ ବିଶ୍ୱ ଚାମ୍ପିୟନଶିପ୍‌ ପଦକ ହାତେଇବା ଆମ ପାଇଁ ମୂଲ୍ୟବାନ ବୋଲି ୨୨ ବର୍ଷୀୟା ବିଜୟଓ୍ବାଡାର ଏହି ତୀରନ୍ଦାଜ କହିଛନ୍ତି।

Share