ତୀରବିଦ୍ଧ ମୃତ ବାର୍‌ହା ଜବତ, ଜଣେ କୋର୍ଟ ଚାଲାଣ

ଠାକୁରମୁଣ୍ଡା,୨୫।୧୧(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ରେଞ୍ଜ ଅନ୍ତର୍ଗତ ଚମ୍ପାଝର ଫରେଷ୍ଟ ବିଟ୍‌ ଅଞ୍ଚଳରୁ ବନବିଭାଗ ଏକ ତୀରବିଦ୍ଧ ବାର୍‌ହାର ମୃତଦେହ ଜବତ କରିଥିବାବେଳେ ଏହି ଘଟଣାରେ ଜଣେ ଚାଷୀଙ୍କୁ ଗିରଫ ସୋମବାର କୋର୍ଟ ଚାଲାଣ କରିଛି।
ସୂଚନାଯୋଗ୍ୟ, ଚମ୍ପାଝର ପଞ୍ଚାୟତ ଅନ୍ତର୍ଗତ ସୁଦର୍ଶନପୁର ଗ୍ରାମକୁ ଲାଗିଥିବା ଶିମିଳିପାଳ ସଂରକ୍ଷିତ ଜଙ୍ଗଲ କଡ଼ରେ ରହିଥିବା ଧାନ ବିଲଗୁଡିକରେ ଜଙ୍ଗଲ ଭିତରୁ ବାର୍‌ହା ପଲ ଆସି ପାଚିଲା ଧାନ ଫସଲ ଖାଇ ନଷ୍ଟ କରୁଥିବାରୁ ଚାଷୀମାନେ ବିଭିନ୍ନ ଉପାୟରେ ବାର୍‌ହା ପଲଙ୍କୁ ଘଉଡ଼ାଇ ଦେଉଥିଲେ। ତେବେ ରବିବାର ସୁଦର୍ଶନପୁର ଗ୍ରାମର ବିପିନ ବିହାରୀ ମହାନ୍ତଙ୍କ ବିଲରେ ବାର୍‌ହା ପଲ ଧାନ ଖାଉଥିବା ଦେଖି ସେ ଏକ ତୀର ମାରିଥିଲେ। ବାର୍‌ହା ପଲ ମଧ୍ୟରୁ ଏକ ୨ ବର୍ଷର ବାର୍‌ହା ଦେହରେ ୩ଟି ତୀର ବାଜିଥିଲା। ଫଳରେ ତା’ର ମୃତ୍ୟୁ ଘଟିଥିଲା। ବିପିନ ମୃତ ବାର୍‌ହାକୁ ଆଣି ନିକଟରେ ଥିବା ପୋଖରୀ କୂଳରେ ପୋତି ଦେଇଥିଲେ। ଖବର ପାଇ ଚମ୍ପାଝର ଫରେଷ୍ଟର ଗିରିଜା ନନ୍ଦ ଦଳେଇ, ଫରେଷ୍ଟ ଗାର୍ଡ କିଶୋର ମହାନ୍ତ, ଟିପିଏଫ୍‌ କର୍ମୀ ପରେଶ ଚନ୍ଦ୍ର ମହାନ୍ତ ଘଟଣାସ୍ଥଳକୁ ଯାଇ ମୃତ ବାର୍‌ହାକୁ ପୋତି ଘରକୁ ଫେରୁଥିବା ବିପିନଙ୍କୁ ଗିରଫ କରିବା ସହ ମୃତ ବାର୍‌ହାକୁ ଜବତ କରି ଠାକୁରମୁଣ୍ଡା ବନକାର୍ଯ୍ୟାଳୟକୁ ଆଣିଥିଲେ। ବନବିଭାଗ ବାର୍‌ହାର ମୃତଦେହ ବ୍ୟବଚ୍ଛେଦ କରି କେସ ନଂ. ୧୨୮ ଅନୁଯାୟୀ ମାମଲା ରୁଜୁ ପରେ ସୋମବାର ବିପିନଙ୍କୁ କୋର୍ଟ ଚାଲାଣ କରିଛି।