Categories: ପୁରୀ

ତୀର୍ଥ ପୁଷ୍କରଣୀରେ ବୁଡ଼ି ବାଳକଙ୍କ ଜୀବନ ଗଲା

କୋଣାର୍କ,୨୮ା୩(ଡି.ଏନ୍‌.ଏ.)- କୋଣାର୍କ ଥାନା ଅଧୀନସ୍ଥ ଚନ୍ଦ୍ରଭାଗା ତେଲୁଗୁ ବସ୍ତିର ୧୦ବର୍ଷର ବାଳକ ଚନ୍ଦ୍ରଭାଗା ତୀର୍ଥ ପୁଷ୍କରଣୀରେ ଗାଧୋଉଥିବା ବେଳେ ବୁଡିଯାଇ ମୃତ୍ୟୁ କରିିଛି। ସୂଚନାଯୋଗ୍ୟ, ଚନ୍ଦ୍ରଭାଗା ତେଲୁଗୁ ବସ୍ତି ନୂଆ ସାହିର ପି.କେ କାଶି ରାଓଙ୍କ ପୁଅ ପି.କେ କିରନ ନିଜ ସାଙ୍ଗମାନଙ୍କ ସହ ଶୁକ୍ରବାର ତୀର୍ଥ ପୁଷ୍କରଣୀରେ ଗାଧୋଉଥିବା ବେଳେ ପାଣିରେ ଗୋଡ଼ ଖସି ବୁଡି ଯାଇଥିଲେ। ଏହାଦେଖି ତାଙ୍କ ସାଙ୍ଗମାନେ ବସ୍ତି ଲୋକମାନଙ୍କୁ ଡାକିଥିଲେ। ଏହାଶୁଣି କିରନର ବାପା ଓ ଅନ୍ୟ କେତେଜଣ ବ୍ୟକ୍ତି ପହଞ୍ଚତ୍ ତାକୁୁ ପାଣିରୁ ଉଦ୍ଧାର କରିଥିଲେ। କିନ୍ତୁ ସେତେବେଳେ ତା’ର ମୃତ୍ୟୁ ହୋଇଯାଇଥିଲା। ଖବରପାଇ କୋଣାର୍କ ଥାନାଧିକାରୀ ରଞ୍ଜନ କୁମାର ମଲ୍ଲିକ ଘଟଣାସ୍ଥଳରେ ପହଞ୍ଚତ୍ବାବେଳକୁ ମୃତ ବାଳକଟିକୁ ପରିବାରବର୍ଗ ଶଶ୍ମାନରେ ପୋତି ଦେଇଥିଲେ। ପରେ ମୃତ ବାଳକଙ୍କ ବାପାଙ୍କ ସହମତିରେ ଏ ନେଇ କୌଣସି ମାମଲା ରୁଜୁ କରାଯାଇ ନ ଥିବା ଥାନାଧିକାରୀ ପ୍ରକାଶ କରିଛନ୍ତି।