କେନ୍ଦୁଝର, ୨୫ା୪(ସ୍ବ.ପ୍ର.)- କେନ୍ଦୁଝର ଜିଲା ମୁଖ୍ୟ ଡାକ୍ତରଖାନାରେ ଡାକ୍ତରଙ୍କ ଉପସ୍ଥିତି ଓ ଅନୁପସ୍ଥିତିକୁ ନେଇ କୌଣସି ସୂଚନା ଦିଆଯାଉ ନ ଥିବାରୁ ରୋଗୀ ହନ୍ତସନ୍ତ ହେଉଛନ୍ତି। ଟିକେଟ କାଟି ଡାକ୍ତରଙ୍କ କ୍ୟାବିନ ଆଗରେ ରୋଗୀମାନେ ଅପେକ୍ଷା କରି ନିରାଶରେ ଫେରୁଛନ୍ତି। ଏକପକ୍ଷରେ ଡିଏମ୍ଏଫ୍ ଅର୍ଥରେ ରୋଗୀ ଓ ସାଧାରଣ ଲୋକଙ୍କୁ ସୂଚନା ଦେବା ପାଇଁ ଲଗାଯାଇଥିବା ବ୍ୟୟବହୁଳ ଡିଜିଟାଲ କିଓସ୍କୋ କିଛିଦିନ ହେଲା ଅଚଳ ହୋଇ ପଡ଼ିଥିଲେ ହେଁ ତାହା ସଜଡ଼ା ଯାଉନାହିଁ ା ଏହାଦ୍ୱାରା ରୋଗୀମାନଙ୍କୁ ସୂଚନା ମିଳୁନାହିଁ ା ଅନ୍ୟପକ୍ଷରେ ଡାକ୍ତରମାନଙ୍କ ଉପସ୍ଥିତି ଓ ଅନୁପସ୍ଥିତି ସମ୍ପର୍କରେ ସୂଚନା ପ୍ରଦର୍ଶନ କରାଯାଉ ନ ଥିବାରୁ ରୋଗୀ ମାନେ ବହୁ ଅସୁବିଧା ଭୋଗୁଛନ୍ତିି ା ଏଭଳି ଏକ ଦୃଷ୍ଟାନ୍ତ ବୁଧବାର ଦେଖିବାକୁ ମିଳିଥିଲା।
ଚର୍ମରୋଗ ବିଶେଷଜ୍ଞ ଡାକ୍ତର ଦୁଇଦିନ ହେଲା ଅନୁପସ୍ଥିତ ଅଛନ୍ତି। ତାଙ୍କ ବସିବା କ୍ୟାବିନ ଖୋଲାରହୁଛି ା ଆସୁଥିବା ରୋଗୀଙ୍କୁ ଡାକ୍ତରଙ୍କୁ ଦେଖାଇବା ପାଇଁ ଟିକେଟ କାଉଣ୍ଟରରୁ ଟିକେଟ ଦିଆଯାଉଛି ା କିନ୍ତୁ ରୋଗୀ କ୍ୟାବିନ ସମ୍ମୁଖରେ ବସି ବସି ଘରକୁ ନିରାଶ ହୋଇ ଫେରିବା ପରେ ବୁଧବାର ପୁଣି ଅପେକ୍ଷାରେ ବସିଥିବା ଅଭିଯୋଗ ହୋଇଛି ା ତେବେ ଏ ନେଇ ଡାକ୍ତରଖାନାରେ ତନାଘନା କରିବା ପରେ ଜଣାପଡିଲା ଡାକ୍ତର ଛୁଟିରେ ଅଛନ୍ତି ା ଏହାପରେ ଡାକ୍ତରଖାନା କର୍ମଚାରୀ ଅପେକ୍ଷାରତ ରୋଗୀଙ୍କୁ ସୂଚନା ଦେବା ସହ ଆଉଟ୍ଡୋରରେ ଥିବା ଡାକ୍ତରଙ୍କୁ ରୋଗ ଦେଖାଇବା ପାଇଁ ପଠାଯାଇଥିଲା। ଡାକ୍ତର ଅନୁପସ୍ଥିତିକୁ ନେଇ ସେମାନଙ୍କୁ କେହି ସୂଚନା ଦେଉନାହାନ୍ତି କିମ୍ବା ବାହାରେ କୌଣସି ସୂଚନା ନ ଥିବାରୁ ରୋଗୀମାନେ ଜାଣି ପାରୁନାହାନ୍ତି ା ମଙ୍ଗଳବାର ଫେରିବା ପରେ ବୁଧବାର ପାଖାପାଖି ୧ ଘଣ୍ଟା ଅପେକ୍ଷା କରିଥିବା ୪୦ କି.ମି. ଦୂରରୁ ଆସିଥିବା ରୂପବତୀ ମହାନ୍ତ କହିଛନ୍ତି। ସେହିପରି ନରଣପୁରରୁ ଆସିଥିବା ହରେକୃଷ୍ଣ ବେହେରା, ଝୁଣ୍ଟୁରୀ ବେହେରା, ଜଗନ୍ନାଥପୁରରୁ ଆସିଥିବା ମାନୀ ଜେନାଙ୍କ ସମେତ ବହୁ ରୋଗୀ ଅପେକ୍ଷା କରିବା ସହ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ା ଏନେଇ ସିଡିଏମ୍ଓ ଡ. ଚୌଧୁରୀ ସ୍ବରୂପ ମିଶ୍ର କହିଛନ୍ତି ଯେ, ରୋଗୀମାନେ ପ୍ରଥମେ ଆଉଟ୍ଡୋରରେ ଦେଖାଇବା ପରେ ସେଠାରୁ ବିଶେଷଜ୍ଞ ଡାକ୍ତରଙ୍କ ପାଖକୁ ଯିବା କଥା ା ତେବେ ଡାକ୍ତରଙ୍କ ଅନୁପସ୍ଥିତି ସମ୍ପର୍କିତ ସୂଚନା ଦେବା ପାଇଁ ବ୍ୟବସ୍ଥା କରାଯିବ। ଏପରି କି ଡ୍ୟୁଟି ସମୟରେ ଡାକ୍ତରଙ୍କୁ ସିଟ୍ରେ ନ ପାଇ ରୋଗୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରୋଗୀଙ୍କୁ ଠିକ୍ ସୂଚନା କେହି ଦେଇପାରୁ ନ ଥିବାରୁ ବିଶେଷକରି ଗ୍ରାମାଞ୍ଚଳରୁ ଆସୁଥିବା ରୋଗୀମାନେ ବହୁ ଅସୁବିଧା ଭୋଗୁଛନ୍ତି ା ଉପଯୁକ୍ତ ତଦାରଖ ଅଭାବରୁ ଜିଲା ମୁଖ୍ୟ ଡାକ୍ତରଖାନାରେ ଏଭଳି ସମସ୍ୟା ନେଇ ସିଡିଏମ୍ଓ ଏବଂ ଏଡିଏମ୍ଓ ପଦକ୍ଷେପ ନେବାକୁ ଦାବି ହେଉଛି ା