ତୁମେ ମୋ ଶଙ୍ଖା ତୁମେ ମୋ ସିନ୍ଦୂର

ଚଳିତ ମାସରେ ଏ ପର୍ଯ୍ୟନ୍ତ ତିନୋଟି ସିନେମା ପରଦା ଉପରକୁ ଆସିସାରିଛି। ଏହି ତାଲିକାରେ ନିଜକୁ ସାମିଲ କରିବାକୁ ଯାଉଛି ଆଉ ଏକ ନୂଆ ଓଡ଼ିଆ ଚଳଚ୍ଚିତ୍ର, ଯାହାର ଟାଇଟଲ ରହିଛି ‘ତୁମେ ମୋ ଶଙ୍ଖା ତୁମେ ମୋ ସିନ୍ଦୂର’। ବନସ୍ବର୍ଣ୍ଣ ଟେଲିଭିଜନ ପ୍ରା.ଲି. ବ୍ୟାନରରେ ନିର୍ମିତ ଏହି ସିନେମାର ନାୟକ ସାଜିଛନ୍ତି ଅଭିଷେକ ରଥ। ପାରିବାରିକ ଏବଂ ଓଡ଼ିଆ ସଂସ୍କୃତିର ଝଲକ ଏହି କାହାଣୀରେ ରହିଛି। ବିଶେଷଭାବରେ ଏଥିରେ ନିଜ ଭୂମିକାକୁ ନେଇ ବେଶ୍‌ ଉତ୍ସାହିତ ଅଛନ୍ତି ଅଭିଷେକ। ତାଙ୍କ ସହ ଅଛନ୍ତି ଦୁଇଜଣ ନାୟିକା-ମହିମା ଏବଂ ଅଙ୍କିତା। ଗୀତଗୁଡିକୁ ସ୍ବର ଦେଇଛନ୍ତି ଅଭିଜିତ ମଜୁମଦାର। ରଣଜିତ ବାରିକ ନିର୍ଦ୍ଦେଶନା ଦାୟିତ୍ୱ ସମ୍ଭାଳିଛନ୍ତି। ଏକ ଭିନ୍ନ ଧରଣର କାହାଣୀକୁ ନେଇ ପ୍ରସ୍ତୁତ ଏହି ସିନେମା ଚଳିତ ମାସ ୩୧ରେ ରିଲିଜ ହେବ ବୋଲି ସୂଚନା ଦେଇଛନ୍ତି ଚିତ୍ରର କ୍ରିଏଟିଭ ହେଡ୍‌ ପ୍ରଣୟ ଜେଠୀ।

Share