Advertisement

ତୁରୁମୁଙ୍ଗାରେ ପତାକା ଉତ୍ତୋଳନ କଲେ ବିଧାୟକ, ଜଗନ୍ନାଥ ପାଟଣାରେ ବ୍ଲକ ଅଧ୍ୟକ୍ଷ

ପାଟଣା,୨୬।୧(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ମୁଖ୍ୟାଳୟସ୍ଥିତ ଷ୍ଟାଡିୟମ ଓ ତୁରୁମୁଙ୍ଗାସ୍ଥିତ ହାଇସ୍କୁଲ ପଡ଼ିଆରେ ରବିବାର ୭୧ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ତୁରୁମୁଙ୍ଗାଠାରେ ମୁଖ୍ୟଅତିଥି ଭାବେ ପାଟଣା ବିଧାୟକ ଜଗନ୍ନାଥ ନାଏକ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ୧୩ଟି ପରେଡ ଗ୍ରୁପ କମାଣ୍ଡଙ୍କଠାରୁ ସମବେତ ଅଭିବାଦନ ଗ୍ରହଣ କରିଛନ୍ତି। ଅନୁରୂପ ଭାବେ ପାଟଣା ମୁଖ୍ୟାଳୟର ଉତ୍ସବରେ ମୁଖ୍ୟଅତିଥି ଭାବେ ବ୍ଲକ ଅଧ୍ୟକ୍ଷ ବିଶ୍ୱନାଥ ନାଏକ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ୩୦ଟି ଗ୍ରୁପ କମାଣ୍ଡରଙ୍କଠାରୁ ଅଭିବାଦନ ଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ବିଇଓ ପୂର୍ଣ୍ଣ ଚନ୍ଦ୍ର ଓମାନ୍ତ, ଅଧ୍ୟାପିକା ଜ୍ୟୋତ୍ସ୍ନା ମଞ୍ଜରୀ ତ୍ରିପାଠୀ ଓ ଏବିଡିଓ ପ୍ରଫୁଲ କୁମାର ନାୟକ ପ୍ରମୁଖ ଯୋଗ ଦେଇଥିଲେ। ପାଟଣା ବ୍ଲକସ୍ତରୀୟ ଗଣତନ୍ତ୍ର ଦିବସରେ ସାମାଜିକକର୍ମୀ ତଥା ଅବସରପ୍ରାପ୍ତ ସେନା କର୍ମଚାରୀ ଶରତଜ୍ୟୋତି କର ଓ କବି ସୁରେଶ ଚନ୍ଦ୍ର ମହାନ୍ତଙ୍କୁ ସମ୍ବର୍ଦ୍ଧିତ କରାଯାଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share