Categories: ଜାତୀୟ

ତୁର୍କୀରୁ ଆସିବ ୧୧ ହଜାର ଟନ ପିଆଜ

ନୂଆଦିଲ୍ଲୀ,୧।୧୨: ପିଆଜ ଦରକୁ ନେଇ ସାରା ଦେଶରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ସର୍ବକାଳୀନ ରେକର୍ଡ ଭଙ୍ଗ କରି ଅନେକ ରାଜ୍ୟରେ ପିଆଜ କିଲୋ ପ୍ରତି ୮୦ରୁ ୧୨୦ ଟଙ୍କାରେ ପହଞ୍ଚିଛି। ତେଣୁ ପିଆଜ ମୂଲ୍ୟ ବୃଦ୍ଧିକୁ ରୋକିବା ପାଇଁ ସରକାର ତୁର୍କୀରୁ ୧୧ ହଜାର ଟନ ପିଆଜ ଆମଦାନୀ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ସରକାରୀ କମ୍ପାନୀ ଏମଏମଟିସି ମାଧ୍ୟମରେ ତୁର୍କୀରୁ ପିଆଜ ମଗାଯାଇଛି। ଏମଏମଟିସି ମାଧ୍ୟମରେ ଦ୍ୱିତୀୟଥର ପାଇଁ ଏଭଳି ବରାଦ ଦିଆଯାଇଛି। ଅଗାମୀ ଜାନୁଆରୀ ସୁଦ୍ଧା ପିଆଜ ଦର ହ୍ରାସ ଘଟିପାରେ ବୋଲି ସରକାର ଆଶା ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ, ପୂର୍ବରୁ ଏମଏମଟିସି ଇଜିପ୍ଟରୁ ୬୦୯୦ ଟନ ପିଆଜ ଆମଦାନୀ କରିବା ପାଇଁ ବରାଦ ଦେଇଥିଲା, ଯାହା ଚଳିତ ମାସର ୨ୟ ସପ୍ତାହରେ ପହଞ୍ଚତ୍ ଯିବ ବୋଲି କୁହାଯାଉଛି।

Share