ତୁର୍କୀରୁ ୪ ଯୁଦ୍ଧପୋତ କିଣିବ ପାକିସ୍ତାନ

ଇସଲାମାବାଦ୍‌,୧।୧୦: ପାକିସ୍ତାନ ତୁର୍କୀରୁ ୪ଯୁଦ୍ଧପୋତ କିଣିବ। ଇତିମଧ୍ୟରେ ଯୁଦ୍ଧପୋତର ନିର୍ମାଣ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଛି। କଶ୍ମୀର ପ୍ରସଙ୍ଗରେ ତୁର୍କୀ ପାକିସ୍ତାନକୁ ସମର୍ଥନ କରିଛି। ତୁର୍କୀ ରାଷ୍ଟ୍ରପତି ରେସେପ୍‌ ତୈୟପ୍‌ ୨ ଦିନ ତଳେ ଯୁଦ୍ଧପୋତ ନିର୍ମାଣ କାର୍ଯ୍ୟର ତଦାରଖ ମଧ୍ୟ କରିଛନ୍ତି। ୨୦୧୮ ଜୁଲାଇରେ ପାକିସ୍ତାନ ଏନେଇ ତୁର୍କୀ ସହିତ ଚୁକ୍ତି କରିଥିଲା। ଏହି ମିଲ୍‌ଜେମ୍‌ ଶ୍ରେଣୀର ଯୁଦ୍ଧପୋତର ଲମ୍ବ ୯୯ ମିଟର ରହିଛି। ଏହା ୨୪ ଶହ ଟନ୍‌ ଭାର ବୋହିନେବାକୁ ସକ୍ଷମ। ଏହାର ଘଣ୍ଟା ପ୍ରତି ବେଗ ୨୯ ନ୍ୟୁଟିକାଲ୍‌ ମାଇଲ୍‌ ରହିଛି।

Share