ଆଙ୍କାରା,୨୯ା୩ (ଏଏଫ୍ପି-ବାର୍ସିଲୋନାର ପୂର୍ବତନ ଗୋଲକିପର ତଥା ତୁର୍କୀ ଜାତୀୟ ଦଳର ପୂର୍ବତନ ଖେଳାଳି ରଷ୍ଟୁ ରେକବର କରୋନା ଭାଇରସ୍ ଦ୍ୱାରା ସଂକ୍ରମିତ ହୋଇଛନ୍ତି। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ରେକବର ୨୦୦୨ ଫୁଟବଲ୍ ବିଶ୍ୱକପ୍ରେ ଚମତ୍କାର ଗୋଲ କିପିଂ କରି ତୁର୍କୀକୁ ସେମିଫାଇନାଲ ପ୍ରବେଶରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ପ୍ଲେ-ଅଫ୍ ତୁର୍କୀ ସହଆୟୋଜକ ଦକ୍ଷିଣ କୋରିଆକୁ ୩-୨ ଗୋଲରେ ପରାସ୍ତ କରି ତୃତୀୟ ସ୍ଥାନ ଅଧିକାର କରିଥିଲା। ଏହି ଗୋଲକିପରଙ୍କ ବର୍ତ୍ତମାନ ବୟସ ୪୬ ବର୍ଷ। ବିଶ୍ୱକପ୍ ପରେ ୨୦୦୩ରେ ସେ କିଛି ସମୟ ବାର୍ସିଲୋନାର ଗୋଲକିପର ଦାୟିତ୍ୱ ତୁଲାଇଥିଲେ।