ତୁର୍କୀ ଭୂକମ୍ପ: ୧୮ ଆହତ

ଅଙ୍କାରା,୧୫।୬: ତୁର୍କୀର ବିଙ୍ଗୋଲ ଅଞ୍ଚଳରେ ରବିବାର ହୋଇଥିବା ଭୁକମ୍ପରେ ୧୮ ଜଣ ଲୋକ ଆହତ ହୋଇଥିବା ସୂଚନା ମିଳିଛି। ସମସ୍ତ ଆହତ ଏବେ ସୁସ୍ଥ ରହିଛନ୍ତି। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ଥିଲା ୫.୭। କାର୍ଲିଓଭା ଜିଲାର ବିଙ୍ଗୋଲଠାରେ ଏହା ରବିବାର ସକାଳେ ଅନୁଭୂତ ହୋଇଥିଲା। ଏଥିରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ବେଳେ କ୍ଷୟକ୍ଷତିର ପରିମାଣ ଏପର୍ଯ୍ୟନ୍ତ ଆକଳନ କରାଯାଇ ନାହିଁ।

Share