ତୁଳସୀପତ୍ରରୁ ତେଲ ଉତ୍ପାଦନ

ନବରଙ୍ଗପୁର,୨୦ା୩(ବି.ପ୍ର) – ନବରଙ୍ଗପୁର ଜିଲାରେ ପ୍ରଥମ ଥର ପାଇଁ ତୁଳସୀ ପତ୍ରରୁ ତେଲ ଉତ୍ପାଦନ ପରୀକ୍ଷାମୂଳକ ଭାବେ ଆରମ୍ଭ ହୋଇଛି। କେନ୍ଦ୍ରୀୟ ଔଷଧୀୟ ଓ ସୁଗନ୍ଧି ଫସଲ ସଂସ୍ଥାନ ପକ୍ଷରୁ ଜିଲାରେ ପାପଡାହାଣ୍ଡି ବ୍ଲକର ନିଳାଦ୍ରୀଗୁଡାର ଚାଷୀ ଆରତୀ ନାୟକଙ୍କ ଜମିରୁ ତୁଳସୀପତ୍ରରୁ ତେଲ ବାହାର କରାଯାଇଛି। ସିମ ସୋମ୍ୟା କିସମର ତୁଳସୀ ତେଲ ସୁଗନ୍ଧିତ ଧୂପକାଠିରେ ବ୍ୟବହାର ହୋଇପାରିବ ବୋଲି ସିମାପର ପ୍ରଧାନ ବୈଜ୍ଞାନିକ ଡଃ ପ୍ରଶାନ୍ତ ରାଉତ ପ୍ରକାଶ କରିଛନ୍ତି। ଏହା ଲିଟର ପିଛା ୧ହଜାର ଟଙ୍କାରେ ବିକ୍ରି ହୋଇପାରିବ ବୋଲି ସେ କହିଛନ୍ତି । ନବରଙ୍ଗପୁର ଜିଲାରେ ସିମ ସୋମ୍ୟା କିସମର ତୁଳସୀ ବିମାଳିଗୁଡା, ସରୁଗୁଡା ଓ ନିଳାଦ୍ରିଗୁଡାରେ ପରୀକ୍ଷାମୂଳକ ଭାବେ ଚାଷ କରାଯାଇଛି । ତେଲ ଉତ୍ପାଦନ କାର୍ଯ୍ୟକ୍ରମରେ ମୁଖ୍ୟ କୃଷି ଜିଲା ଅଧିକାରୀ ବ୍ରଜକିଶୋର ଲେଙ୍କା, ଜିଲା କୃଷି ଅଧିକାରୀ ଦେବପ୍ରସାଦ ଦାଶ, ଚାଷୀ ଆରତୀ ନାୟକ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମକୁ କ୍ଷେତ୍ର ସହାୟିକା ରୀତା ବିର୍ତ୍ତିଆ ପରିଚାଳନା କରିଥିଲେ।ନବରଙ୍ଗପୁର ଜିଲାରେ ଚାଲିଥିବା ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ଜ୍ଞାନକୌଶଳ ମାଧ୍ୟମରେ ସାମାଜିକ ଓ ଆର୍ଥିକ ଉନ୍ନତି କାର୍ଯ୍ୟକ୍ରମ ଦ୍ୱାରା ଏହା କରାଯାଇଛି।

Share