Categories: ଖେଳ

ତୃତୀୟ ଟି-୨୦: ଟସ୍‌ ଜିଣି ଭାରତର ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି

ବେଙ୍ଗାଲୁରୁ, ୨୨।୯: ଏମ. ଚିନ୍ନାସ୍ବାମୀ ଷ୍ଟାଡିୟମ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦ ସିରିଜର ଅନ୍ତିମ ମ୍ୟାଚ ଖେଳାଯାଉଛି। ଭାରତୀୟ ଅଧିନାୟକ ବିରାଟ କୋହଲି ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ମ୍ୟାଚ ପାଇଁ ଭାରତୀୟ ଦଳ ଅପରିବର୍ତ୍ତିତ ରହିଛି। ତେବେ ଦକ୍ଷିଣ ଆଫ୍ରିକା ଦଳରେ ଗୋଟିଏ ପରିବର୍ତ୍ତନ କରାଯାଇଛି। ଆନରିଚ ନର୍ଟଜେଙ୍କ ସ୍ଥାନରେ ବ୍ୟୁରାନ ହେଣ୍ଡ୍ରିକ୍ସଙ୍କୁ ସାମିଲ କରାଯାଇଛି। ସୂଚନାଯୋଗ୍ୟ, ତିନିଟିକିଆ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍‌ ବର୍ଷା ଯୋଗୁ ଧୋଇ ଯାଇଥିଲାବେଳେ ଦ୍ୱିତୀୟ ମ୍ୟାଚ ଜିତି ଭାରତ ୧-୦ରେ ଆଗୁଆ ରହିଛି।

Share