Categories: ଖେଳ

ତୃତୀୟ ଟେଷ୍ଟ: ଦକ୍ଷିଣ ଆଫ୍ରିକା ଫଲୋଅନ୍‌

ପୋର୍ଟ ଏଲିଜାବେଥ,୨୦।୧- ଏଠାରେ ଚାଲିଥିବା ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟ ମ୍ୟାଚ୍‌ରେ ଘରୋଇ ଦକ୍ଷିଣ ଆଫ୍ରିକା ଫଲୋଅନ୍‌ ହୋଇ ପରାଜୟ ଦ୍ୱାରରେ ପହଞ୍ଚିଛି। ଟସ୍‌ ଜିତି ଇଂଲଣ୍ଡ ପ୍ରଥମ ଇନିଂସରେ ୧୫୨ ଓଭରରେ ୯ ଉଇକେଟ ହରାଇ ୪୯୯ ରନ କରି ପାଳି ଘୋଷଣା କରିଥିଲା। ଜବାବରେ ଦକ୍ଷିଣ ଆଫ୍ରିକା ପ୍ରଥମ ଇନିଂସରେ ୮୬.୪ ଓଭରରେ ୨୦୯ ରନ କରି ଅଲଆଉଟ ହୋଇ ୨୯୦ ରନ ପଛରେ ପଡି ଫଲୋଅନ୍‌ ହୋଇଥିଲା। ଫଲୋଅନ ହୋଇ ଦ୍ୱିତୀୟ ଇନିଂସ ଆରମ୍ଭ କରି ଦକ୍ଷିଣ ଆଫ୍ରିକା ଚତୁର୍ଥ ଦିବସ ଖେଳ ଶେଷ ସୁଦ୍ଧା ୬୨ ଓଭରରେ ୬ ଉଇକେଟ ହରାଇ ୧୦୨ ରନ ସଂଗ୍ରହ କରି ବିପଦରେ ପଡିଛି। ମ୍ୟାଚ୍‌ ଆଉ ଗୋଟିଏ ଦିନ ବାକିଥିବା ବେଳେ ଫଲୋଅନ୍‌ ଏଡାଇବା ପାଇଁ ଦକ୍ଷିଣ ଆଫ୍ରିକା ୪ ଉଇକେଟ ହାତରେ ରଖି ଆଉ ୧୮୮ ରନ ଆବଶ୍ୟକ କରୁଛି। ଷ୍ଟମ୍ପ ଅପସାରଣ ବେଳକୁ ଭର୍ନନ ଫିଲାଣ୍ଡର ୧୩ ଓ କେଶବ ମହାରାଜ ୫ ରନକରି ଅପରାଜିତ ରହିଛନ୍ତି। ଦଳ ତରଫରୁ ଅଧିନାୟକ ଫାଫ୍‌ ଡୁପ୍ଲେସି ସର୍ବାଧିକ ୩୬ ରନ କରିଥିବାବେଳେ ବାକି ସମସ୍ତେ ବିଫଳ ହୋଇଥିଲେ। ଇଂଲଣ୍ଡ ପକ୍ଷରୁ ବୋଲିଂରେ ଜୋ ରୁଟ୍‌ ସର୍ବାଧିକ ୪, ମାର୍କ ଉଡ୍‌ ଦୁଇଟି ଉଇକେଟ ଅକ୍ତିଆର କରିଥିଲେ। ଅସମାପ୍ତ ପ୍ରଥମ ଇନିଂସ ସ୍କୋର ୨୦୮/୬ରୁ ଦକ୍ଷିଣ ଆଫ୍ରିକା ଖେଳ ଆରମ୍ଭ କରି ଆଉ ମାତ୍ର ୧ ରନରେ ବାକି ୪ ଉଇକେଟ ହରାଇ ଅଲଆଉଟ ହୋଇଥିଲା।
ସଂକ୍ଷିପ୍ତ ସ୍କୋର:
ଇଂଲଣ୍ଡ ପ୍ରଥମ ଇନିଂସ- ୧୫୨ ଓଭରରେ ୪୯୯/୯ ଇନିଂସ ଘୋଷଣା।
ଦକ୍ଷିଣ ଆଫ୍ରିକା ପ୍ରଥମ ଇନିଂସ- ୮୬.୪ ଓଭରରେ ୨୦୯ ରନ ଅଲଆଉ।
ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଇନିଂସ- ୬୨ ଓଭରରେ ୧୦୨/୬ ଫଲୋଅନ
(ଡୁପ୍ଲେସି- ୩୬, ଫିଲାଣ୍ଡର- ୧୩*, ମହାରାଜ- ୫*, ରୁଟ୍‌-୪/୩୧, ଉଡ୍‌- ୨/୨୩)।

Share