Categories: ବାଣିଜ୍ୟ

ତୃତୀୟ ତ୍ରୈମାସ ବିକାଶ ହାର ଖସିବ

ନୂଆଦିଲ୍ଲୀ,୨୬-୧୧: ୨୦୧୯-୨୦ ଆର୍ଥତ୍କ ବର୍ଷରେ ଦ୍ୱିତୀୟ ତ୍ରୈମାସରେ ଦେଶର ଜିଡ଼ିପି ଅଭିବୃଦ୍ଧି ୬ ବର୍ଷର ସର୍ବନିମ୍ନ ସ୍ତର ୫%କୁ କମିଛି। ଏହା ତୃତୀୟ ତ୍ରୈମାସରେ ଆହୁରି ଖସିବ ବୋଲି ସିଙ୍ଗାପୁର ଭିତ୍ତିକ ଡିବିଏସ୍‌ ବ୍ୟାଙ୍କ ପକ୍ଷରୁ ଅନୁମାନ କରାଯାଇଛି। ବ୍ୟାଙ୍କ ଏହାର ରିପୋର୍ଟରେ କହିଛି ଯେ, ଅକ୍ଟୋବର-ଡିସେମ୍ବରରେ ଭାରତା ବିକାଶ ହାର ହ୍ରାସ ଘଟି ୪.୩% ରହିପାରେ। ଘରୋଇ କ୍ଷେତ୍ର ଆର୍ଥତ୍କ କାର୍ଯ୍ୟକଳାପ ହ୍ରାସ ହେବା ଯୋଗୁ ଏହା ବିଭିନ୍ନ କ୍ଷେତ୍ର ଉପରେ ପ୍ରଭାବ ପକାଉଛି। ଏଥିଯୋଗୁ ଚାହିଦା ମଧ୍ୟ ପ୍ରଭାବିତ ସ୍ଥିତିରେ ରହିବ ବୋଲି ଆକଳନ କରାଯାଉଛି। ଏହି ସମୟରେ ନୂଆ ପ୍ରକଳ୍ପ ଘୋଷଣା ସର୍ବନିମ୍ନ ସ୍ତରରେ ରହିଛି। କଞ୍ଜ୍ୟୁମର ଡ୍ୟୁରେବଲ୍ସ, କ୍ୟାପିଟାଲ ଗୁଡସ ଏବଂ ବିଭିନ୍ନ ସାମଗ୍ରୀ କ୍ଷେତ୍ରରେ ଉତ୍ପାଦନ ହାର ମନ୍ଥର ରହିଛି। ଲୋକମାନଙ୍କର ରୋଜଗାର ଭଳି ପ୍ରସଙ୍ଗ ଉପଭୋକ୍ତାଙ୍କ ମନୋଭାବ ଉପରେ ଗଭୀର ପ୍ରଭାବ ପକାଉଥିବା ରିଜର୍ଭ ବ୍ୟାଙ୍କ ଏହାର ରିପୋର୍ଟରେ ଉଲ୍ଲେଖ କରିଛି। ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଟିକସ ସଂଗ୍ରହ କମ୍‌ ହେଉ ଥିବାରୁ ଏହା ଚାହିଦାରେ ହ୍ରାସକୁ ଦର୍ଶାଉଛି। ବ୍ୟାଙ୍କ ଏବଂ ଅଣ ବ୍ୟାଙ୍କିଙ୍ଗ ବିତ୍ତ ପ୍ରତିଷ୍ଠାନଗୁଡିକରେ ଋଣ ଅଭିବୃଦ୍ଧି ପୂର୍ବ ତୁଳନାରେ ମନ୍ଥର ସ୍ଥିତିରେ ରହିଛି। ଏଭଳି ସ୍ଥିତିରେ ସନ୍ତୁଳନ ରକ୍ଷା ଲାଗି ବିତ୍ତିୟ ଖର୍ଚ୍ଚ ତ୍ୱରିତ ହେବାର ସମ୍ଭାବନା ରହିଛି। ସାଧାରଣ ନିର୍ବାଚନ ଯୋଗୁ ଋଣ ପ୍ରଦାନ ହାର ୬ ମାସ ମଧ୍ୟରେ ଧିମା ରହିଥିଲା। ଅଣ ତୈଳ ଏବଂଅଣ ସୁନା ସାମଗ୍ରୀ ଆମଦାନୀ ହ୍ରାସ ହେବା ଯୋଗୁ ଏହା ବ୍ୟବସାୟ କ୍ଷେତ୍ରରେ ସନ୍ତୁଳନ ଆସିବା ଦିଗରେ ସହାୟକ ହୋଇପାରେ।

Share