ତୃତୀୟ ଥର ପାଇଁ କନିକାଙ୍କ ରିପୋର୍ଟ ଆସିଲା ପଜିଟିଭ

ମୁମ୍ବାଇ,୨୭।୩: ବଲିଉଡ୍‌ ଗାୟିକା କନିକା କପୁରଙ୍କ କରୋନା ପଜିଟିଭ୍‌ ଥିବା ତୃତୀୟ ଥର ରିପୋର୍ଟରେ ବି ଆସିଛି। ସେ କରୋନାରେ ପୀଡ଼ିତ ହେବା ପରେ ତାଙ୍କ ପରିବାର ଲୋକେ କରୋନା ଟେଷ୍ଟ ରିପୋର୍ଟକୁ ନେଇ ଅଭିଯୋଗ ଆଣିଥିଲେ। ଏହାପରେ ତାଙ୍କର ୨ ଥର ଟେଷ୍ଟ କରାଯାଇଥିବା ବେଳେ ସବୁଥର ସେ କରୋନାରେ ପୀଡ଼ିତ ଥିବା ଦେଖାଯାଇଛି। ବିଦେଶରୁ ଫେରିବା ପରେ ଆଇସୋଲେଶନରେ ନ ରହି କନିକା କିଛି ପାର୍ଟିରେ ଯୋଗ ଦେବା ସହ କେତେଜଣ ଭିଆଇପିଙ୍କ ସଂସ୍ପର୍ଶରେ ଆସିଥିଲେ। ଆଉ କିଛିଦିନ ପରେ ତାଙ୍କ ନିକଟରେ କରୋନା ଭାଇରସର ଲକ୍ଷଣ ପ୍ରକାଶ ପାଇବା ପରେ ତାଙ୍କର ଟେଷ୍ଟ କରାଯାଇଥିଲା। ଆଉ ସେ କରୋନାରେ ପୀଡ଼ିତ ଥିବା ସ୍ପଷ୍ଟ ହୋଇଥିଲା। ଏବେ ସେ ଲକ୍ଷ୍ନୌର ସଞ୍ଜୟ ଗାନ୍ଧୀ ପୋଷ୍ଟ ଗ୍ରାଜୁଏଟ ଇନଷ୍ଟିଚ୍ୟୁଟ ଅଫ୍‌ ମେଡିକାଲ ସାଇନ୍‌ସେସ୍‌ରେ ଚିକିତ୍ସିତ ହେଉଛନ୍ତି। ତେବେ ତାଙ୍କ ସଂସ୍ପର୍ଶରେ ଆସିଥିବା ପ୍ରାୟ ୨୬୬ ଜଣଙ୍କ ମଧ୍ୟରୁ ଏବେ ପର୍ଯ୍ୟନ୍ତ ୬୬ ଜଣଙ୍କ ରିପୋର୍ଟ ନେଗେଟିଭ ଆସିଥିବା ଜଣାପଡିଛି।

Share