ତୃତୀୟ ଥର ପାଇଁ ବାହାରିବ ବିଜ୍ଞାପନ; ଖୁବ୍‌ଶୀଘ୍ର ଭୀମସାରର ସ୍ଥାୟୀ ନିର୍ଦ୍ଦେଶକ ନିଯୁକ୍ତି: ସ୍ବାସ୍ଥ୍ୟ ମନ୍ତ୍ରୀ

ଭୁବନେଶ୍ୱର/ ସମ୍ବଲପୁର,୨୨।୯(ବ୍ୟୁରୋ): ଆସନ୍ତା ଡିସେମ୍ବର ସୁଦ୍ଧା ବୁର୍ଲା ଭୀମସାରର ସ୍ଥାୟୀ ନିର୍ଦ୍ଦେଶକ ନିଯୁକ୍ତି ପ୍ରକ୍ରିୟା ଶେଷ ହେବ । ଏ ନେଇ ତୃତୀୟଥର ପାଇଁ ବିଜ୍ଞାପନ ବାହାରିବ। ରବିବାର ନିଯୁକ୍ତି ପ୍ରକ୍ରିୟା ନେଇ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ସୂଚନା ଦେଇଛନ୍ତି। ସେ କହିଛନ୍ତି, ପୂର୍ବରୁ ଭୀମସାରର ନିର୍ଦ୍ଦେଶକ ନିଯୁକ୍ତି ନେଇ ୨ଥର ବିଜ୍ଞାପନ ବାହାରିଥିଲା । ହେଲେ କେହି ଆବେଦନ କରି ନ ଥିଲେ । ତେଣୁ ତୃତୀୟ ଥର ପାଇଁ ବିଜ୍ଞାପନ ବାହାର କରାଯିବ ବୋଲି ନବ କହିଛନ୍ତି।

Share