ତୃତୀୟ ଥର ଲାଗି ଆର୍ମୀ ଅଫିସର ଭୂମିକାରେ ବିକ୍କି

ମୁମ୍ବାଇ: ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ୍‌, ‘ରାଜି’, ‘ମଶାନ୍‌’ ପରି ହିଟ୍‌ ଚଳଚ୍ଚିତ୍ର ଦେବା ପରେ ଏବେ ଅଭିନେତା ବିକ୍କି କୌଶଲଙ୍କ ନିକଟରେ ପ୍ରଯୋଜକଙ୍କ ଲମ୍ବା ଲାଇନ। ଖୁବ୍‌ ଶୀଘ୍ର ବିକ୍କିଙ୍କ ‘ଭୂତ-ପାର୍ଟ ଓ୍ବାନ: ହଣ୍ଟେଡ୍‌ ସିପ୍‌୍‌’, ସର୍ଦ୍ଦାର ଉଦ୍ଧମ ସିଂ ଚଳଚ୍ଚିତ୍ର ପରଦାକୁ ଆସିବାକୁ ଯାଉଛି। ହେଲେ ସାମ୍‌ ମାନେକ୍ସୋଙ୍କ ଉପରେ ନିର୍ମିତ ଫିଲ୍ମ ଯୋଗୁ ବିକ୍କି ସବୁଠାରୁ ବେଶି ଚର୍ଚ୍ଚାରେ ରହୁଛନ୍ତି। ତେବେ ସାମ୍‌ ହେଉଛନ୍ତି ଭାରତର ପ୍ରଥମ ଫିଲ୍ଡ ମାର୍ଶଲ। ବିକ୍କି ଯଦି ଫିଲ୍ମଟି କରନ୍ତି ତେବେ ସେ ତୃତୀୟ ଥର ଲାଗି ଜଣେ ଆର୍ମୀ ଅଫିସର ଭୂମିକାରେ ନଜର ଆସିବେ। ପୂର୍ବରୁ ସେ ଉରି ଏବଂ ରାଜିରେ ନଜର ଆସିଛନ୍ତି। ନିକଟରେ ଏହାର ପ୍ରଥମ ପୋଷ୍ଟରକୁ ବିକ୍କି ନିଜର ଇନ୍‌ଷ୍ଟା ଆକାଉଣ୍ଟରେ ଶେୟାର କରିଥିଲେ। ଫିଲ୍ମକୁ ନେଇ ସେ ବେଶ୍‌ ଉତ୍ସାହିତ ଅଛନ୍ତି।

Share