Categories: ଖେଳ

ତୃତୀୟ ଦିନିକିଆ: ବାଂଲାଦେଶର ବୃହତ୍‌ ବିଜୟ

ସିଲହେଟ,୭।୩- ବର୍ଷା ବାଧାପ୍ରାପ୍ତ ଜିମ୍ବାଓ୍ବେ ବିପକ୍ଷ ତୃତୀୟ ଦିନିକିଆ ମ୍ୟାଚ୍‌ରେ ଘରୋଇ ବାଂଲାଦେଶ ଡକ୍‌ଓ୍ବର୍ଥ/ ଲୁଇସ୍‌ ନିୟମରେ ୧୨୩ ରନରେ ବିଜୟୀ ହୋଇଛି। ଟସ୍‌ ହାରି ବାଂଲାଦେଶ ପ୍ରଥମେ ବ୍ୟାଟିଂ କରି ୪୩ ଓଭରରେ ୩ ଉଇକେଟ ହରାଇ ୩୨୨ ରନ ସଂଗ୍ରହ କରିଥିଲା। ବର୍ଷା ଯୋଗୁ ମ୍ୟାଚ୍‌ ବାଧାପ୍ରାପ୍ତ ହେବା କାରଣରୁ ଜିମ୍ବାଓ୍ବେ ସମ୍ମୁଖରେ ସମାନ ୪୩ ଓଭରରେ ୩୪୨ ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ତେବେ ଜିମ୍ବାଓ୍ବ ୩୭.୩ ଓଭରରେ ୨୧୮ ରନ କରି ଅଲଆଉଟ ହେବା ସହ ପରାସ୍ତ ହୋଇଥିଲା।
ସଂକ୍ଷିପ୍ତ ସ୍କୋର:
ବାଂଲାଦେଶ ୪୩ ଓଭରରେ ୩୨୨/୩
(ଲିଟନ ଦାସ- ୧୭୬, ତାମିମ ଇକ୍‌ବାଲ- ୧୨୮*, କାର୍ଲା ମୁମ୍ବା- ୩/୬୯)।
ଜିମ୍ବାଓ୍ବେ ୩୭.୩ ଓଭରରେ ୨୧୮ ଅଲଅଲଟ
(ସିକନ୍ଦର ରାଜା- ୬୧, ଓ୍ବେସଲି ମାଡହେଭେର- ୪୨, ସିନ ଓ୍ବିଲିୟମ୍ସ- ୩୦, ରେଗିସ ଚକଭା- ୩୪, ବ୍ରେଣ୍ଡନ ଟେଲର- ୧୪, ଡୋନାଲ୍ଡ ତରିପାନୋ- ୧୫, ମହମ୍ମ ସେଫୁଦ୍ଦିନ- ୪/ ୪୧, ତାଇଜୁଲ ଇସ୍‌ଲାମ- ୨/ ୩୮)।

Share