Posted inଜାତୀୟ

ତୃତୀୟ ପର୍ଯ୍ୟାୟରେ ୬୭% ମତଦାନ

ନୂଆଦିଲ୍ଲୀ,୨୪ା୪(ପି.ଟି.): କାଁଭାଁ କେତେକ ସ୍ଥାନରେ ହିଂସାକୁ ଛାଡ଼ିଦେଲେ ମଙ୍ଗଳବାର ତୃତୀୟ ପର୍ଯ୍ୟାୟ ନିର୍ବାଚନ ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଛି। ଏହି ପର୍ଯ୍ୟାୟରେ ୧୩ ରାଜ୍ୟ ଓ ୨ କେନ୍ଦ୍ର ଶାସିତ ଅଞ୍ଚଳର ୧୧୭ ଲୋକ ସଭା ଆସନରେ ୬୭% ମତଦାତା ସେମାନଙ୍କ ରାଜନୈତିକ ଅଧିକାର ସାବ୍ୟସ୍ତ କରିଛନ୍ତି। ଭୋଟଗ୍ରହଣ କରାଯାଇଥିବା ଆସନଗୁଡ଼ିକ ମଧ୍ୟରେ ରହିଛି ଆସାମର ୪, ବିହାର (୫), ଛତିଶଗଡ଼ (୭), ଗୁଜରାଟ (୨୬), ଗୋଆ (୨), ଜମ୍ମୁ ଓ କଶ୍ମୀର (୧), କର୍ନାଟକ (୧୪), କେରଳ (୨୦), ମହାରାଷ୍ଟ୍ର (୧୪), ଓଡ଼ିଶା (୬), ୟୁପି (୧୦), ପଶ୍ଚିମବଙ୍ଗ (୫), ଦାଦର ଓ ନଗର ହାଭେଲି (୧), ତ୍ରିପୁରା (୧) ଏବଂ ଡାମନ ଓ ଡିଉର ଗୋଟିଏ। ଏହି ଆସନଗୁଡ଼ିକରେ ମୋଟ ୧,୬୧୨ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍‌ରେ ବନ୍ଦ ହୋଇଯାଇଛି।
ପର୍ଯ୍ୟାୟ ନିର୍ବାଚନ ପାଇଁ ନିର୍ବାଚନ କମିଶନ ଓ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଥିଲା। ମତଦାନ ପରେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ (ଗୁଜରାଟର ଗାନ୍ଧୀନଗର) ଓ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ(କେରଳର ଓ୍ବାୟନାଡ୍‌)ଙ୍କ ସମେତ ଅନେକ କେନ୍ଦ୍ରମନ୍ତ୍ରୀ ଏବଂ ହେଭିଓ୍ବେଟ୍‌ଙ୍କ ଭାଗ୍ୟ ଇଭିଏମ୍‌ରେ ବନ୍ଦ ହୋଇଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଭାଜପା ମୁଖ୍ୟ ଅମିତ ଶାହ, ବରିଷ୍ଠ ନେତା ଏଲ୍‌.କେ. ଆଡ୍‌ଭାନୀ, କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟ୍‌ଲୀ, କଂଗ୍ରେସ ନେତା ଅହମଦ ପଟେଲ ପ୍ରମୁଖ ଗୁଜରାଟର ବିଭିନ୍ନ ପୋଲିଂ ଷ୍ଟେଶନରେ ଭୋଟ ଦେଇଛନ୍ତି। ଗୁଜରାଟର ୨୬ ଆସନରେ ସନ୍ଧ୍ୟା ୫ଟା ସୁଦ୍ଧା ୫୮.୯୬% ମତଦାନ ହୋଇଛି। ସେହିପରି କେରଳରେ ୭୦.୨୮% ମତଦାନ ହୋଇଛି। ଏଠାରେ ରାହୁଲଙ୍କ ବ୍ୟତୀତ ଥିରୁଭାନନ୍ଥପୁରମ୍‌ ଏମ୍‌ପି ଶଶୀ ଥରୁର ଏବଂ କେନ୍ଦ୍ରମନ୍ତ୍ରୀ କେ. ଆଲଫନ୍ସ ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରେ ରହିଛନ୍ତି। କର୍ନାଟକରେ ୬୦.୪୨% ମତଦାତା ଭୋଟ ଦେଇଛନ୍ତି। ଉତ୍ତରପ୍ରଦେଶର ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରେ ଅଛନ୍ତି ଏସ୍‌ପି ପ୍ରତିଷ୍ଠାତା ମୁଲାୟମ୍‌ ସିଂ ଯାଦବ (ମୈନ୍‌ପୁରୀ), ନେତା ଆଜମ୍‌ ଖାନ୍‌ (ରାମପୁର), ମୁଲାୟମ୍‌ଙ୍କ ଭାଇ ଶିବପାଲ ଯାଦବ ଓ ପୁତୁରା ଧର୍ମେନ୍ଦ୍ର ଯାଦବଙ୍କ ସହ ଅକ୍ଷୟ ଯାଦବ। ସେହିପରି ରାମପୁର ଆସନରୁ ଭାଜପା ପ୍ରାର୍ଥୀ ଜୟପ୍ରଦାଙ୍କ ଭାଗ୍ୟ ମଧ୍ୟ ଇଭିଏମ୍‌ରେ ସିଲ୍‌ ହୋଇଯାଇଛି। ମହାରାଷ୍ଟ୍ରରେ ୫୭.୦୧%, ଗୋଆରେ ୭୦.୯୦%, ଛତିଶଗଡ଼ରେ ୬୪.୬୮% ମତଦାନ ହୋଇଛି। ସେହିପରି ଓଡ଼ିଶାରେ ୬୧%, ପଶ୍ଚିମବଙ୍ଗରେ ୭୮.୯୭%, ଆସାମରେ ୭୧.୪୭%, ବିହାରରେ ୫୪.୯୧% ଓ ତ୍ରିପୁରାରେ ସର୍ବାଧିକ ୭୭.୨୮% ଭୋଟଗ୍ରହଣ କରାଯାଇଛି। ଲୋକ ସଭାର ୫୪୩ ଆସନ ମଧ୍ୟରୁ ଏପ୍ରିଲ ୧୧ରେ ୯୧ ଓ ୧୮ରେ ୯୫ ଆସନରେ ଭୋଟଗ୍ରହଣ କରାଯାଇଥିଲା। ଅଦ୍ୟାବଧି ମୋଟ ୩୦୨ ଆସନରେ ଭୋଟଗ୍ରହଣ ଶେଷ ହୋଇଛି। ସମସ୍ତ ୭ ପର୍ଯ୍ୟାୟ ନିର୍ବାଚନ ସରିବା ପରେ ମେ ୨୩ରେ ଭୋଟଗଣତି ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଗୁରୁଗ୍ରାମ ହସ୍ପିଟାଲରେ ଭେଣ୍ଟିଲେଟରରେ ଥିବା ଏୟାର ହୋଷ୍ଟେସଙ୍କୁ ଯୌନ ନିର୍ଯାତନା

ନୂଆଦିଲ୍ଲୀ,୧୬।୪: ଗୁରୁଗ୍ରାମରରେ ଜଣେ ୪୬ ବର୍ଷୀୟ ଏୟାର ହୋଷ୍ଟେସ ଅଭିଯୋଗ କରିଛନ୍ତି ଯେ ତାଙ୍କୁ ଏକ ଘରୋଇ ହସ୍ପିଟାଲର ଆଇସିୟୁରେ ଭେଣ୍ଟିଲେଟରରେ ଥିବା ସମୟରେ ଯୌନ...

ଥଣ୍ଡା ଭଲ କରିବା ପାଇଁ ୪ବର୍ଷର ଶିଶୁକୁ ସିଗାରେଟ ପିଆଇଲେ ଡାକ୍ତର

ନୂଆଦିଲ୍ଲୀ,୧୬।୪: ଉତ୍ତର ପ୍ରଦେଶର ଜଲାଉନ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଓ ନିନ୍ଦନୀୟ ଘଟଣା ସାମ୍ନାକୁ ଆସିଛି। ଏକ ସାମୁଦାୟିକ ସ୍ବାସ୍ଥ୍ୟ କେନ୍ଦ୍ର (ସିଏଚସି)ରେ କାର୍ଯ୍ୟ କରୁଥିବା...

Video: ନଦୀରେ ପଶି ରିଲ୍ ଶୁଟିଂ କରୁଥିଲେ ମହିଳା, ପ୍ରବଳ ସ୍ରୋତରେ ଭାସିଗଲେ

ନୂଆଦିଲ୍ଲୀ,୧୬ା୪: ଉତ୍ତରାଖଣ୍ଡରେ ଏକ ରିଲ୍ ସୁଟିଂ କରୁଥିବା ସମୟରେ ଜଣେ ମହିଳା ନଦୀରେ ବୁଡ଼ି ଭାସି ଯାଇଛନ୍ତି। ଯାହା ନେପାଳର ଏକ ପରିବାର ପାଇଁ ଏକ...

ମହାଦେବ ବେଟିଂ ଆପ୍ ମନି ଲଣ୍ଡରିଂ ମାମଲା: ଓଡ଼ିଶା ସମେତ ବିଭିନ୍ନ ରାଜ୍ୟରେ ଇଡିର ଚଢାଉ

ଭୁବନେଶ୍ୱର,୧୬।୪: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ମହାଦେବ ଅନଲାଇନ୍ ବେଟିଂ ଆପ୍ ମନି ଲଣ୍ଡରିଂ ମାମଲାର ତଦନ୍ତକୁ ତୀବ୍ର କରିଛି ଏବଂ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟରେ...

ଭାଷା ବିଭାଜନର କାରଣ ହେବା ଉଚିତ୍ ନୁହେଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୬।୪: ମହାରାଷ୍ଟ୍ରର ଏକ ପୌରପାଳିକାର ସାଇନ୍ ବୋର୍ଡରେ ଉର୍ଦ୍ଦୁ ବ୍ୟବହାର କରିବାର ଚ୍ୟାଲେଞ୍ଜକୁ ପ୍ରତ୍ୟାଖ୍ୟାନ କରି ସୁପ୍ରିମକୋର୍ଟ ଚେତାବନୀ ଦେଇଛନ୍ତି ଯେ ଭାଷା ବିଭାଜନର କାରଣ...

‘ମୁସଲମାନମାନେ ହିନ୍ଦୁ ବୋର୍ଡ ଚଲାଇବେ କି?’: ୱାକଫ ଆଇନର ବିବାଦ ମଧ୍ୟରେ କେନ୍ଦ୍ରକୁ ଭର୍ତ୍ସନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୬।୪: ସୁପ୍ରିମକୋର୍ଟ ବୁଧବାର ବିବାଦୀୟ ୱାକଫ ସଂଶୋଧନ ଆଇନ, ୨୦୨୫ ଉପରେ ଶୁଣାଣି କରି କେନ୍ଦ୍ର ସରକାରଙ୍କୁ ଭର୍ତ୍ସନା କରିଛନ୍ତି। କୋର୍ଟ ଏହି ଆଇନକୁ ଚ୍ୟାଲେଞ୍ଜ...

ଶିଶୁ ଚାଲାଣ ମାମଲା: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ୬ ମାସ ମଧ୍ୟରେ ମାମଲାର ବିଚାର ଶେଷ କରନ୍ତୁ

ନୂଆଦିଲ୍ଲୀ,୧୬।୪: ଶିଶୁ ଚାଲାଣ ମାମଲାରେ ଦୋଷୀଙ୍କୁ କଠୋର ଦଣ୍ଡ ଓ ଶୀଘ୍ର ନ୍ୟାୟ ପ୍ରଦାନ ପାଇଁ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଜାରି କରିଛନ୍ତି। ଜଷ୍ଟିସ...

ଭାରତରେ ପ୍ରଥମ: ଏହି ଏକ୍ସପ୍ରେସ୍ ଟ୍ରେନରେ ଆରମ୍ଭ ହେବ ATM ସେବା

ନୂଆଦିଲ୍ଲୀ,୧୬।୪: ଭାରତର ପ୍ରଥମ ଟ୍ରେନ୍ ଭାବେ ମୁମ୍ବାଇ-ମନମାଡ ପଞ୍ଚବଟି ଏକ୍ସପ୍ରେସ୍ ATM ସେବା ଆରମ୍ଭ ହୋଇଛି ହୋଇଛି। ଏହି ATM ଟ୍ରେନର ଏକ ଏୟାରକଣ୍ଡିସନଡ୍(ଏସି) କୋଚ୍‌ରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image