ତୃତୀୟ ବିବାହକୁ ନେଇ ମୁହଁ ଖୋଲିଲେ ଶ୍ୱେତା ତିଓ୍ବାରୀ

ମୁମ୍ବାଇ: ଅଭିନେତା ବିଶାଲ ଆଦିତ୍ୟ ସିଂଙ୍କ ସହ ଅଭିନେତ୍ରୀ ଶ୍ୱେତା ତିୱାରୀଙ୍କର କିଛି ଫଟୋ ଭାଇରାଲ ହେବାରେ ଲାଗିଛି। ଶ୍ୱେତା ବିଶାଲଙ୍କୁ ପ୍ରେମ କରୁଛନ୍ତି ଏବଂ ଖୁବ୍‌ଶୀଘ୍ର ସେ ବିଶାଲଙ୍କ ସହ ତୃତୀୟ ବିବାହ କରିବେ ବୋଲି ସୋସିଆଲ ମିଡିଆରେ ଆଲୋଚନା ଚାଲିଥିଲା। ମଙ୍ଗଳବାର ଶ୍ୱେତା ଏକ ସାକ୍ଷାତ୍‌କାର ଦେଇ ଏହି ପ୍ରସଙ୍ଗରେ ନିଜ ନୀରବତା ଭଙ୍ଗିଛନ୍ତି। ଶ୍ୱେତା କହିଛନ୍ତି, ତାଙ୍କୁ ନେଇ ସୋସିଆଲ ମିଡିଆରେ ହେଉଥିବା ଚର୍ଚ୍ଚା, ଆଲୋଚନା ଓ ଟ୍ରୋଲ୍‌ଗୁଡ଼ିକୁ ସେ ବିଶେଷ ଗୁରୁତ୍ତ୍ୱ ଦିଅନ୍ତି ନାହିଁ। ଏହା ମିଥ୍ୟା ଓ ଗୁଜବ।

Share