ତୃତୀୟ ବିବାହ କରି ଜେଲ ଗଲେ ସ୍ବାମୀ

ବୁଗୁଡ଼ା,୨୪ା୨(ଡି.ଏନ.ଏ.): ତୃତୀୟ ବିବାହ କରିବା ଅଭିଯୋଗରେ ବୁଗୁଡ଼ା ପୋଲିସ ଜଣଙ୍କୁ କୋର୍ଟଚାଲାଣ କରିଛି। ସେ ହେଲେ ବୁଗୁଡ଼ା ଥାନା ଜାମପଲ୍ଲୀ ଗାଁର ସନ୍ତୋଷ କୁମାର ସେନାପତି (୫୫)। ୩୦ ବର୍ଷ ପୂର୍ବେ ସନ୍ତୋଷ ପ୍ରଥମ ବିବାହ କରିଥିଲେ। କିନ୍ତୁ ତାଙ୍କର କୌଣସି ସନ୍ତାନ ହୋଇ ନ ଥିଲା। ତେଣୁ ସେ ଦ୍ୱିତୀୟ ବିବାହ କରି ସ୍ତ୍ରୀଙ୍କୁ ଭୁବନେଶ୍ୱରରେ ଆଣି ରଖିଥିଲେ। ତାଙ୍କର ମଧ୍ୟ କୌଣସି ସନ୍ତାନ ହୋଇ ନ ଥିବାରୁ ସନ୍ତୋଷ ଦୁଇ ଜଣ ସ୍ତ୍ରୀଙ୍କୁ ଛାଡ଼ି ତୃତୀୟ ବିବାହ କରିଥିଲେ। ଖବର ପାଇ ଦ୍ୱିତୀୟ ସ୍ତ୍ରୀ ଭୁବନେଶ୍ୱରରେ ପୋଲିସକୁ ଜଣାଇବା ପରେ ବୁଗୁଡ଼ା ଥାନାକୁ ଆସି ଅଭିଯୋଗ କରିଥିଲେ। ପୋଲିସ ନଂ. ୩୯/୨୦ରେ ଏକ ମାମଲା ରୁଜୁ କରି ସନ୍ତୋଷଙ୍କୁ ଗିରଫ କରିଥିଲା।