Categories: ରାଜ୍ୟ

ତୃତୀୟ ରାଉଣ୍ଡ ଶେଷ: ପରଜଙ୍ଗରେ ଭାଜପା ଆଗୁଆ

ଢେଙ୍କାନାଳ ଅଫିସ, ୨୩ା୫-ଢେଙ୍କାନାଳ ଲୋକ ସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ସମସ୍ତ ୭ ବିଧାନସଭା ଆସନରେ ଶାନ୍ତିଶୃଙ୍ଖଳାର ସହ ଭୋଟ ଗଣତି ଜାରି ରହିଛି। ପରଜଙ୍ଗ ବିଧାନସଭା କ୍ଷେତ୍ରରେ ତୃତୀୟ ରାଉଣ୍ଡ ସୁଦ୍ଧା ଭାଜପା ପ୍ରାର୍ଥୀ ବିଭୂତି ପ୍ରଧାନ ଆଗୁଆ ଅଛନ୍ତି। ତାଙ୍କୁ ୮୧୭୨ ଖଣ୍ଡ ଭୋଟ ମିଳିଛି। ସେହିପରି ବିଜେଡି ପ୍ରାର୍ଥୀ ମନ୍ତ୍ରୀ ଡା. ନୃସିଂହ ଚରଣ ସାହୁ ୬୧୭୧ ଏବଂ କଂଗ୍ରେସ ପ୍ରାର୍ଥୀ ଯଶସ୍ବିନୀ ରାଉତ ୫୦୪ ଖଣ୍ଡ ଭୋଟ ପାଇଛନ୍ତି।

Share