ତୃତୀୟ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର

ଧାମନଗର, ୧୭।୧୨(ଡି.ଏନ.ଏ.): ଭଦ୍ରକ ଜିଲା ଧାମନଗର ବ୍ଲକ ଅଞ୍ଚଳରେ ଜଣେ ତୃତୀୟ ଶ୍ରେଣୀର ଛାତ୍ରୀଙ୍କୁ ବଳାତ୍କାର ଅଭିଯୋଗ ହୋଇଛି। ସୋମବାର ଅପରାହ୍ନରେ ଏକ ବିଦ୍ୟାଳୟ ପଛପଟରେ ଜଣେ ଯୁବକ ବଳାତ୍କାର କରିଥିବା ଜଣାପଡିଛି। ଖବର ପାଇ ପୋଲିସ ବିଳମ୍ବିତ ରାତିରେ ଅଭିଯୁକ୍ତଙ୍କୁ ଥାନାକୁ ଉଠାଇ ନେଇ ପଚରାଉଚରା କରିଛି। ଏନେଇ ଥାନାରେ କେସ୍‌ ନଂ-୨୫୪/୧୯ରେ ଏକ ମାମଲା ରୁଜୁ ହୋଇଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଦେଖାଦେଇଛି।

Share