Categories: ଖେଳ

ତୃତୀୟ ସନ୍ତାନର ପିତା ହେବେ ଓ୍ବାର୍ନର

ଲଣ୍ଡନ,୨୮।୬(ପିଟି)-ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ଓ୍ବାର୍ନର ଓ ତାଙ୍କ ପତ୍ନୀ କ୍ୟାଣ୍ଡିସ ତୃତୀୟ ସନ୍ତାନର ପିତାମାତା ହେବାକୁ ଯାଉଛନ୍ତି। ବାମହାତୀ ବ୍ୟାଟ୍ସମ୍ୟାନ ଓ୍ବାନର ବର୍ତ୍ତମାନ ଦୁଇ ଝିଅଙ୍କ ପିତା। କ୍ୟାଣ୍ଡିସ ରବିବାର ଆଉ ଏକ ସନ୍ତାନର ମା’ ହେବେ ବୋଲି ଡାକ୍ତର କହିଛନ୍ତି। ସୂଚନାଯୋଗ୍ୟ, ଚଳିତ ଆଇସିସି ବିଶ୍ୱକପ୍‌ରେ ଦୁଇ ଚିରପ୍ରତିଦ୍ୱନ୍ଦ୍ୱୀ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଶନିବାର ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ ଖେଳାଯିବ। ଅଷ୍ଟ୍ରେଲିଆ ସେମିଫାଇନାଲକୁ ଉନ୍ନୀତ ହୋଇସାରିଥିବାବେଳେ ନ୍ୟୁଜିଲାଣ୍ଡକୁ ଆଉ ଏକ ବିଜୟ ଆବଶ୍ୟକ ପଡୁଛି। ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ର ଏକ ସପ୍ତାହ ବ୍ୟବଧାନରେ ଅଷ୍ଟ୍ରେଲିଆ ତା’ର ଅନ୍ତିମ ଲିଗ୍‌ ପର୍ଯ୍ୟାୟ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାକୁ ଭେଟିବ। ଓ୍ବାର୍ନରଙ୍କୁ ଛୁଟି ନେବାରେ କୌଣସି ଅସୁବିଧା ହେବ ନାହିଁ। ସେ ନ୍ୟୁଜିଲାଣ୍ଡ ମ୍ୟାଚ୍‌ ପରେ ଅଷ୍ଟ୍ରେଲିଆ ଦଳର ସଦସ୍ୟଙ୍କ ସହ ସେ ମାଞ୍ଚେଷ୍ଟର ଗସ୍ତ କରିବେ ନାହିଁ।

Share