ତେଜଗାମ ଏକ୍ସପ୍ରେସରେ ନିଆଁ

କରାଚି,୩୧।୧୦: ପାକିସ୍ତାନର କରାଚି-ରାଓ୍ବଲପିଣ୍ଡି ତେଜଗ୍ରାମ ଏକ୍ସପ୍ରେସରେ ଗୁରୁବାର ସକାଳେ ନିଆଁ ଲାଗିଯାଇଛି। ରହିମ୍‌ ୟାର ଖାନ୍‌ ନିକଟ ଲିଆକତପୁରର ତାଲଓ୍ବାରି ଷ୍ଟେଶନଠାରେ ଉକ୍ତ ଟ୍ରେନରେ ଭୟଙ୍କର ନିଆଁ ଲାଗିଥିବା ଜଣାପଡିଛି। ଏହି ନିଆଁ ଟ୍ରେନର ୩ଟି ବଗିରେ ଲାଗିଥିବା କୁହାଯାଉଛି। ଏବେସୁଦ୍ଧା ଏଥିରେ ୭୩ ଜଣଙ୍କ ମୃତ୍ୟୁ ହୋଇଥିବା ହୋଇଥିବା ସୂଚନା ମିଳିଛି। ମୃତକଙ୍କ ସଂଖ୍ୟା ଆହୁରି ବୃଦ୍ଧି ପାଇବ ବୋଲି ଅନୁମାନ କରାଯାଉଛି। ଖବରପାଇ ଦମକଳ ବାହିନି ନିଆଁ ଲିଭାଇବା ପାଇଁ ସେଠାରେ ପହଞ୍ଚିଛନ୍ତି। ଉକ୍ତ ଟ୍ରେନ୍‌ରେ ଫସି ରହିଥିବା ଯାତ୍ରୀଙ୍କୁ ଉଦ୍ଧାର କରାଯିବା ସହ ମୃତାହତଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲକୁ ନିଆଯାଇଛି।

Share